Masthead

ସ୍କୁଲ ବନ୍ଦ ନ କରି ଆମକୁ ଚାକିରି ଦିଅ

ଛତ୍ରପୁର (ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ କନିଷ୍ଠ ଶିକ୍ଷକ ଆଶୟୀ ସଂଘ । ଛତ୍ରପୁରଠାରେ ଜିଲ୍ଲାପାଳଙ୍କୁ ଭେଟି ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ଅନେକ ସ୍କୁଲରେ ନକଲି ପ୍ରମାଣପତ୍ର ଦେଇ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସେହିପରି ଉପଯୁକ୍ତ ଭିତ୍ତିଭୂମି ତଥା ସରକାରୀ ସ୍ୱୀକୃତିପତ୍ର ନ ଥାଇ ଜିଲ୍ଲାରେ ଛତୁ ଫୁଟିବା ଭଳି ଘରୋଇ ସ୍କୁଲ ଖୋଲିଛି । ପ୍ରଶାସନର ପ୍ରତ୍ୟକ୍ଷ ତଥା ପରୋକ୍ଷ ପ୍ରୋତ୍ସାହନରେ ଘରୋଇ ସ୍କୁଲଗୁଡ଼ିକ ମନମାନି ଚଳାଇଛନ୍ତି ।

ଏହି କାରଣରୁ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ଅଭାବ ପଡ଼ୁଛି । ଆଉ ଏଥିପାଇଁ ପ୍ରତି ୩୦ ପିଲାରେ ଜଣେ ଶିକ୍ଷକ ନିଯୁକ୍ତି ନିୟମ ଏଠାରେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ୪୩୩ ସ୍କୁଲ ବନ୍ଦ କରିଦିଆଯିବାକୁ ସୁପାରିସ କରାଯାଇଛି । ଏଥିପାଇଁ ପ୍ରଶିକ୍ଷିତ ସିଟି ବିଇଡି ଛାତ୍ରଛାତ୍ରୀମାନେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲାର ପ୍ରାୟ ୫ ହଜାର ପ୍ରଶିକ୍ଷିତ ଯୁବକ ଯୁବତୀ ବେକାର ବସିଛନ୍ତି । ଏହାର ପ୍ରତିବାଦରେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଏକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ବିଡିଓମାନଙ୍କ ଜରିଆରେ ବ୍ଲକୱାରୀ ତଦନ୍ତ କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?