Masthead

ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଖେଳିଗଲା ଶୋକର ଛାୟା । ଏକା ବେଳେ ଉଠିଲା ଚାରୋଟି ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ମୁମ୍ବାଇରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ପରେ ରାଜସ୍ଥାନର ଝୁଞ୍ଝୁନୁରେ ଭାରତୀୟ ନୌସେନାର ଜଣେ ଯବାନ, ତାଙ୍କ ପତ୍ନୀ ଓ ଦୁଇ ଛୋଟ ଶିଶୁଙ୍କ ଅନ୍ତିମ ସଂସ୍କାର ଏକାଠି କରାଯାଇଛି । ମୁମ୍ବାଇର ନେଭି ନଗର ଅଞ୍ଚଳରେ ଅଗଷ୍ଟ ୧୫ ତାରିଖରେ ନୌସେନା ଯବାନ, ତାଙ୍କ ପତ୍ନୀ ଏବଂ ଦୁଇ ନାବାଳକ ଶିଶୁଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମିଳିଥିଲା । ଘଟଣା ପରେ ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣାର ତଦନ୍ତ ମୁମ୍ବାଇ ପୁଲିସ ସହ ନୌସେନା ପକ୍ଷରୁ ମଧ୍ୟ ଚାଲିଛି । ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ମୁମ୍ବାଇର କୋଲାବାର ଉଚ୍ଚ ସୁରକ୍ଷା ନୌସେନା ନଗର ଅଞ୍ଚଳରେ ଥିବା ତାଙ୍କ ସରକାରୀ ବାସଭବନରେ ପୁରନମଲଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀ ଓମା ମେହେରା (୨୬) ଏବଂ ସେମାନଙ୍କର ଦୁଇ ପିଲାଙ୍କ ମୃତଦେହ କୋଠରୀର ବିଛଣାରେ ମିଳିଥିଲା। ଏହି ଘଟଣାରେ ସବୁଠାରୁ ଦୁଃଖଦ ଦୃଶ୍ୟ ଥିଲା ଚାରି ଜଣଙ୍କ ଅନ୍ତିମ ସଂସ୍କାର ଏକାଠି କରାଯିବା । ପୋଷ୍ଟମର୍ଟମ୍ ଓ ଫରେନସିକ୍ ରିପୋର୍ଟ ପରେ ହିଁ ମିଳିବ ଅଧିକ ସ୍ପଷ୍ଟତା । ଘଟଣା ପଛରେ କ’ଣ ରହିଛି ରହସ୍ୟ? ଏବେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ ଓ ନୌସେନାର ତଦନ୍ତକାରୀ ଟିମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ