Masthead

‘ନାରୀ ଶକ୍ତି ବନ୍ଦନ ବିଧେୟକ’ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲୋକସଭାରେ ହେବ ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ । ଗତକାଲି ଆଇନ ମନ୍ତ୍ରୀ ଗୃହରେ ବିଲ୍କୁ କରିଥିଲେ ଆଗତ । ଆଜି ବିଲ୍ କୁ ନେଇ ହେବ ଆଲୋଚନା । ସମସ୍ତ ରାଜନେୟତିକ ଦଳର ସଦସ୍ୟ କରିବେ ମତ ପ୍ରକାଶ । । ଏହି ବିଲକୁ ନାରୀଶକ୍ତି ବନ୍ଦନ ଅଧିନିୟମ ଭାବେ ନାମିତ କରାଯାଇଛି । ଆଇନ୍ କାର୍ୟ୍ୟକାରୀ ହେଲେ ଲୋକସଭାରେ ୧୮୧ ଜଣ ରହିବେ ମହିଳା ସାଂସଦ । ବିଲରେ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ମହିଳାଙ୍କ ପାଇଁ ରହିବ ।

ପୁଣି ସଂରକ୍ଷଣ ପାଇଁ ଆଉ ଥରେ ନୂଆ କରି ବିଲ୍ ଆଣିବାକୁ ପଡ଼ିବ । ତେବେ ରାଜ୍ୟ ସଭା ଓ ଯେଉଁ ରାଜ୍ୟରେ ବିଧାନପରିଷଦ ରହିଛି, ସେଠାରେ ଏହି ସଂରକ୍ଷଣ ଲାଗୁ ହେବ ନାହିଁ । ନୂଆ ବିଧେୟକରେ ଗୋଟିଏ ବଡ଼ କଣ୍ଟା ରହିଛି । ଲୋକସଭାରେ ପରିସିମନ ପରେ ହିଁ ଏହି ବ୍ୟବସ୍ଥା ଲାଗୁ ହୋଇପାରିବ । ତେବେ ଜନଗଣନା ନହେଲା ପର୍ୟ୍ୟନ୍ତ ଲୋକସଭାରେ ପରିସିମନ ହୋଇପାରିବ ନାହିଁ । ଅର୍ଥାତ ଜନଗଣନା ପରେ ସଂସଦୀୟ କ୍ଷେତ୍ର ପୁନଃନିର୍ଧାରିତ ହେବ । ତାପରେ ହିଁ ଏହି ଆଇନ୍ କାର୍ୟ୍ୟକାରୀ ହେବ । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ ହୋଇପାରିନଥିଲା । ତେଣୁ ୨୦୨୬ ପର୍ୟ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’