Masthead

ଦାଦା ବଟି କୁ ନା ଅଭିଯାନ କୁ ପୁରିଲା ମାସେ ……….

ବଡ଼ ଖବର ,ଭୁବନେଶ୍ୱର, ବ୍ୟୁରୋ ,ଦାଦା ବଟି କୁ ନେଇ କମିଶନରେଟ୍‌ ପୁଲିସ୍‌ ଆରମ୍ଭ କରିଥିବା ‘ଦାଦାବଟିକୁ ନା’ ଅଭିଯାନକୁ ୧ ମାସ ହୋଇଥିବାବେଳେ । ଟୁଇନ୍‌ସିଟିରୁ ମାସକ ମଧ୍ୟରେ ମୋଟ ୧୧୦ଜଣ ଲୋକାଲ ଦାଦା ଜେଲ୍‌ ର ଦ୍ୱାର ଦେଖିଛନ୍ତି । ମାସକ ମଧ୍ୟ ରେ ୨ଥର ସମୀକ୍ଷା ବୈଠକ ହୋଇଛି । ଅସାମାଜିକ ବ୍ୟକ୍ତି ଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି । ଗିରଫ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ପୋଲିସ ସୂଚନା ଦେଇଛି ।
କମିଶନରେଟ୍‌ ପୁଲିସ୍‌ ତଥ୍ୟ ମୁତାବକ, ଟୁଇନ୍‌ସିଟିର ବିଭିନ୍ନ ଥାନାରେ ମାସେ ମଧ୍ୟରେ ପ୍ରାୟ ୮୨ଟି ଅପରାଧିକ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ୟୁପିଡିରେ ୪୯ଟି ମାମଲା ରୁଜୁ ହୋଇଥିବା ବେଳେ କଟକ ୟୁପିଡିରେ ୩୩ଟି ମାମଲା ହୋଇଛି । ଲୋକାଲ ଦାଦାଙ୍କ ଗିରଫ ସଂଖ୍ୟା କ୍ଷେତ୍ରରେ ରାଜଧାନୀ ଆଗରେ ଅଛି । ମାସକରେ ମୋଟ ୬୧ ଜଣ ଲୋକାଲ ଦାଦାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । କଟକର ବିଭିନ୍ନ ଅଞ୍ଚଳରୁ ୪୯ ଜଣ ଗିରଫ ହୋଇଛନ୍ତି ।
ଦାଦାବଟିକୁ ରୋକିବାକୁ ଗଢ଼ା ଯାଇଥିବା ‘ଆଣ୍ଟି-ଏକ୍ସଟର୍ସନ୍‌ ଟାସ୍କ ଫୋର୍ସ’ର ନେତୃତ୍ୱ ନେଇଛନ୍ତି ଅତିରିକ୍ତ ପୁଲିସ କମିଶନର ରେଖା ଲୋହାନୀ । ବଡ଼ ଅଭିଯୋଗରେ ବିଭିନ୍ନ ଥାନା ପୁଲିସକୁ ସହାୟତା କରୁଛି କୁଇକ୍‌ ଆକ୍ସନ ଟିମ୍‌ । ହେଲ୍ପ ଲାଇନ୍‌ ନମ୍ବରରୁ ଅଭିଯୋଗ ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ସୂଚନା ଅନୁସାରେ , ଅକ୍ଟୋବର ୧୬ ତାରିଖରେ ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା କମିଶନରେଟ୍‌ ପୁଲିସ୍‌। ଦିନକ ପରେ କମିଶନରେଟ୍‌ ପୁଲିସ ପଞ୍ଝାରେ ପ୍ରଥମେ ଧରା ପଡି଼ଥିଲା ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ । କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପରବର୍ତ୍ତୀ ପର୍ଯୟ ରେ ସବୁ ଥାନା ଅଧୀନରୁ ଲୋକାଲ ଦାଦାଙ୍କୁ ଗିରଫ କରାଯାଇଥିଲା । ଏ ବର୍ଷ ପାର୍ବଣ ବେଳେ ମଧ୍ୟ ପୁଲିସ୍‌ର ଉଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚାନ୍ଦା ଆଦାୟ ବହୁତ କମ ହୋଇପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ