କରୋନା ଟିକା: ଆଜିଠୁ ପଡ଼ୋଶୀ ଦେଶକୁ ରପ୍ତାନି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ବାହାରକୁ ଯିବ କରୋନା ଟିକା । ଆଜିଠାରୁ ପଡ଼ୋଶୀ ଦେଶକୁ କରୋନା ଟିକା ଯୋଗାଇବ ଭାରତ । ଭାରତରେ କରୋନା ଟିକାର ସଫଳ ବଂଟନ ପରେ ଆଜିଠାରୁ ୬ଟି ଦେଶକୁ କରୋନା ଟିକା ରପ୍ତାନୀ କରାଯିବ । ବାଂଲାଦେଶ, ମାଳଦ୍ୱୀପ, ଭୁଟାନ, ନେପାଳ, ମିଆଁମାର ଆଦି ଦେଶକୁ କରୋନା ଟିକା ରପ୍ତାନୀ କରିବ ଭାରତ । ପୂର୍ବରୁ ଏହି ଦେଶ ଗୁଡ଼ିକ ଭାରତକୁ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ।

ନିଜର ପଡ଼ୋଶୀ ରାଷ୍ଟ୍ରମାନଙ୍କ ଅନୁରୋଧ ରକ୍ଷା କରି ଆଜି ୬ଟି ଦେଶକୁ ଟିକା ରପ୍ତାନୀ କରିବ ଭାରତ । ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଟିକା ପାଇଁ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମୋରିସସ ମଧ୍ୟ ଭାରତକୁ ଅନୁରୋଧ କରିଛନ୍ତି । କିନ୍ତୁ ସେଠାରେ ଭାରତୀୟ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମୋଦନ ମିଳିଲେ, ସେହି ଦେଶକୁ ମଧ୍ୟ ଟିକା ଯୋଗାଣ କରାଯିବ । ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିପାରୁଥିବାରୁ ଭାରତ ନିଜକୁ ଧନ୍ୟମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’