Masthead

ଅଙ୍ଗନୱାଡି କେନ୍ଦ୍ର ପାଲଟିଛି ଭୂତ କୋଠରୀ

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କୋମଳମୋତି ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ସହ ସେମାନଙ୍କର ଭୌତିକ ବିକାଶ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଅଙ୍ଗନୱାଡି କେନ୍ଦ୍ର । ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିବାବେଳେ କେମିତି ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅବ୍ୟବସ୍ଥା ଭିତରେ ଅଙ୍ଗନୱାଡି ହେଲପର ଘରେ ଚାଲିଛି ଶିଶୁଙ୍କ ବିକାଶ । ଛାତରୁ ଖସୁଛି ଖଣ୍ଡ ଖଣ୍ଡ ସିମେଣ୍ଟ । ବିପଦ ସଂକୁଳ ଓ ଅବ୍ୟବସ୍ଥାରେ ରହିଛି ଅଙ୍ଗନୱାଡି ଘର ।

ଏହି ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକର ଦାମାହୁଦା ପଞ୍ଚାୟତର ବେଲସରେଇ ଅଙ୍ଗନୱାଡି କେନ୍ଦ୍ରରେ । ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ଖସୁ ଥିବା ଯୋଗୁଁ ଭୟରେ ପିଲାଙ୍କୁ ଛାଡୁ ନାହାନ୍ତି ପରିବାର । ଅଙ୍ଗନୱାଡି କେନ୍ଦ୍ର ଥାଇ ବି ନ ଥିବା ସହ ସମାନ । ତେଣୁ ବାଧ୍ୟ ହୋଇ ଅଙ୍ଗନୱାଡି ହେଲପରଙ୍କ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ଅନେକ ଅଭିଯୋଗ ପରେ ବି ନୂତନ କେନ୍ଦ୍ର ତିଆରି ହେଉ ନାହିଁ କି ପୁରୁଣା ଘରର ମରାମତି କରାଯାଉନି ବୋଲି କହିଛନ୍ତି ଅଙ୍ଗନବାଡ଼ି କର୍ମୀ ।

ତେଣୁ ଭୂତ କୋଠରୀ ପାଲଟିଛି ଅଙ୍ଗନୱାଡି କେନ୍ଦ୍ର। ସେପଟେ ଗାଁ ଲୋକଙ୍କ କହିବା କଥା ଯେ ପୂର୍ବରୁ ଥିବା ସରକାରରେ ଯେଉଁଭଳି ଅଫିସରମାନେ ମନମୁଖୀ କାର୍ଯ୍ୟ କରୁଥିଲେ ତାହା ଏବେ ପରିବର୍ତ୍ତନ ହୋଇଯାଇଛି। ସପଟେ ସିଡିପିଓ ଦିପ୍ତିମୟୀ ନାୟକ କ’ଣ କରୁଥିଲେ ନା ମୋଟା ଅଙ୍କରେ ସରକାରୀ ଦରମା ନେଇ ଅଫିସରେ ବସି ପଡୁଛନ୍ତି , ତେଣୁ ତାଙ୍କ ପ୍ରତି ମୋହନ ସରକାର କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଅତି ଶୀଘ୍ର ବଦଳି କରାଯାଉ ବୋଲି ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା