Masthead

ସ୍ୱପ୍ନରେ ରହିଛି ଏମ୍ସ ସୁପର ସ୍ପେସିଅଲିଟି ହସ୍ପିଟାଲ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ଏମ୍ସ ସୁପର ସ୍ପେସିଅଲିଟି ହସ୍ପିଟାଲ କାର୍ଯ୍ୟ ଏକ ରକମର ବନ୍ଦ ରହିଛି । ୨୦୧୩-୧୪ ମସିହାରୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ ପରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଥିଲେ । ହେଲେ ଇତି ମଧ୍ୟରେ ୭ ବର୍ଷ ବିତିଯାଇଥିଲେ ବି ଇଟା ଖଣ୍ଡେ ପଡ଼ି ପାରିନାହିଁ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ଅନ୍ୟ କୌଣସି କାରଣରୁ ଏହା ହୋଇପାରୁନାହିଁ । ଏହାର ପ୍ରତିବାଦରେ ଆଜି ବାଲେଶ୍ୱର ଲୋକ ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଲୋକ ମଞ୍ଚର ମୁଖ୍ୟ ବିକ୍ରମ ପଣ୍ଡାଙ୍କ ସମେତ ଜୟରାମ ଦାସ, ପ୍ରବୀର ଦାସ, ସମ୍ବିତ ବିଶ୍ୱାଳ, ହେମନ୍ତ ମହନ୍ତି ପ୍ରମୁଖ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ