ଜି ୨୦ ଶିଖର ସମ୍ମିଳନୀରେ କାର୍ଯ୍ୟରତ ଥିବା ୪୫୦ ଜଣ ପୋଲିସ କର୍ମୀଙ୍କ ସହ ଡିନର କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)ଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀ ସଫଳତାପୂର୍ବକ ଶେଷ ହୋଇଛି । ଏହି ଜି-୨୦ ସମ୍ମିଳନୀକୁ ଶାନ୍ତି ଶୃଙ୍ଖଳା ସମାପ୍ତ କରିବା ପାଇଁ ରହିଥିଲା ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା । ଯେଉଁଥିପାଇଁ ଦିନ ରାତି ଅକ୍ଳାନ୍ତ ପାରିଶ୍ରମ କରିଥିଲେ ଦିଲ୍ଲୀର ପୋଲିସ କର୍ମୀ । ସେମାନଙ୍କର ସଚ୍ଚୋଟ କାମ ଦେଖି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଏକ ଘୋଷଣା ।

ପାଖାପାଖି ୪୫୦ ଜଣ ପୋଲିସ କର୍ମୀଙ୍କ ସହ ଡିନର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଡିନର କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ କନେଷ୍ଟବଲ ଠାରୁ ଆରମ୍ଭ କରି ଇନ୍ସପେକ୍ଟର ଯେଉଁମାନେ ଜି ୨୦ ସମ୍ମିଳନୀରେ କାର୍ଯ୍ୟରତ ଥିଲେ ସେମାନଙ୍କ ନାମ ତାଲିକା ମାଗିଛନ୍ତି ମୋଦି । ତେବେ ଏହି ଡିନର କାର୍ଯ୍ୟକ୍ରମ ଏହି ସପ୍ତାହ ଭିତରେ ହେବ ବୋଲି ସୂଚନା ମିଳିଛି, କିନ୍ତୁ କେବେ ହେବ ତାର ତାରିଖ ଘୋଷଣା କରାଯାଇନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା