Masthead

ହାଜତ ମୃତ୍ୟୁ ଗ୍ରହଣୀୟ ନୁହେଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁରୀ ହାଜତ ମୃତ୍ୟୁ ଏବେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଏହା ଆଉ ଓଡ଼ିଶାରେ ସିମିତ ହୋଇ ରହିନାହି । ପହଞ୍ଚିଛି ଜାତୀୟ ରାଜଧାନୀ ଦିଲ୍ଲୀରେ । ବିଜେପି ନେତା ସମ୍ବିତ ପାତ୍ର ଏନଏଚଆରସିଙ୍କ ଦ୍ୱାରସ୍ଥ ହେବା ପରେ ଅଡୁଆରେ ପଡ଼ିଯାଇଛନ୍ତି ରାଜ୍ୟ ସରକାର । କଳ ବଳ କୌଶଳ ପ୍ରୟୋଗ କରି ନିଜ ସପକ୍ଷରେ ରାୟ ହାସଲ ପାଇଁ ପୋଲିସ ପକ୍ଷରୁ ଚାଲିଛି ଉଦ୍ୟମ ।
ପୋଲିସ ହେପାଜତରେ ଥାଇ ଜଣେ ଅଭିଯୁକ୍ତର ମୃତ୍ୟୁକୁ ନେଇଛନ୍ତି ଏନଏଚଆରସି । କମିଶନ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ସଭ୍ୟ ସମାଜରେ ହାଜତ ମୃତ୍ୟୁର ସ୍ଥାନ ନାହିଁ । ଏକଥା ମଧ୍ୟ ସ୍ପଷ୍ଠ କରିଛନ୍ତି ସୁପ୍ରିମକୋର୍ଟ ଏହାସତ୍ତେ୍ୱ ହାଜତ ମୃତ୍ୟୁ ଘଟିଥିବାରୁ ଏନଏଚଆରସି କ୍ଷୁବ୍ଧ ହୋଇଛନ୍ତି । ଦେଶରେ ଆଇନର ଶାସନ ଚାଲୁଥିବା ବେଳେ ଏଭଳି ଘଟଣା ଗ୍ରହଣୀୟ ନୁହେଁ ବୋଲି ଏନଏଚଆରସି ସ୍ପଷ୍ଠ କରିଛନ୍ତି ।


ରାଜ୍ୟ ସରକାରଙ୍କୁ ଏନଏଚଆରସି ଜାରି କରିଛନ୍ତି ନୋଟିସ । ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ନାଁରେ ଦାୟର କରାଯାଇଥିବା ଏତଲା କପି ଦେବାକୁ ନିର୍ଦ୍ଦେଶରେ କୁହାଯାଇଛି । ଆରେଣ୍ଟ ମେମୋ, ଇନ୍ସପେକ୍ସନ ମୋମେ କପି ଦେବାକୁ ନିର୍ଦ୍ଦେଶ ଦେବା ସହ ଗିରଫ ନେଇ ପରିବାରକୁ ଜଣାଇଥିଲା କି ନାହିଁ ଜଣାଇବାକୁ କୁହାଯାଇଛି । ମୃତକଙ୍କ ମେଡିକାଲ ଲିଗାଲ ସାର୍ଟିଫିକେଟ କପି, ପଞ୍ଚନାମା, ପୋଷ୍ଟମଟମ ଓ ଏହାର ଭିଡିଓ କ୍ୟାସେଟ ଦେବାକୁ ଏନଏଚଆସି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଭିସେରା, ମୃତ୍ୟୁବରଣ ନେଇ ଫୋରେନସିକ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ହିସେରା ମୃତ୍ୟୁ କାରଣ ନେଇ ଫରେନସିକ ରିପୋର୍ଟ ଦାଖଲ ସହ ମାଜିଷ୍ଟେରିଆଲ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ଏନଏଚଆରସି ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଠ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ