Masthead

ମୌଳିକ ଅଧିକାରରୁ ବଞ୍ଚିତ ତେନ୍ତୁଳିଗୁମ୍ମା

ବୈପାରୀଗୁଡ଼ା (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ତେନ୍ତୁଳିଗୁମ୍ମା ଗାଁ ମଣ୍ଡପରେ ସରପଞ୍ଚ ବୁଦ୍ରକ୍ଷ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକରେ ଆୟୋଜନ କରାଯାଇଥିଲା । ବୈଠକରେ ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି । ନଭେମ୍ବର ୨୨ରେ ପ୍ରଶାସନ ପକ୍ଷରୁ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମଦିନ ପାଳନ ହେବାକୁ ସ୍ଥିର ହୋଇଛି । ଉକ୍ତଦିନ ଉଚ୍ଚ ପଦାଧିକାରୀ ଏଠାକୁ ଆସିବେ । ଗାଁ ସମସ୍ୟା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ପାଇଁ ଗ୍ରାମବାସୀ ପ୍ରସ୍ତୁତ ହୋଇଛନ୍ତି । ତେନ୍ତୁଳିଗୁମ୍ମାରେ ଅନେକ ସମସ୍ୟା ରହିଛି । ଦଣ୍ଡାବାଡ଼ିଠାରୁ ତେନ୍ତୁଳିଗୁମ୍ମା ପର୍ଯ୍ୟନ୍ତ ପୋଲ ସହ ରାସ୍ତା ନିର୍ମାଣ, ନେଟୱାର୍କ ଟାୱାର ନିର୍ମାଣ, ପଞ୍ଚାୟତର ସମସ୍ତ ଗ୍ରାମରେ ବିଦ୍ୟୁତ ସଂଯୋଗ, ଗମନାଗମନ ପାଇଁ ବସ ସେବା, ଲକ୍ଷ୍ମଣ ନାୟକଙ୍କ ସ୍ମୃତି ସଂଗ୍ରହଳୟ ସ୍ଥାପନ, ନଦୀ ଆରପଟେ ଥିବା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଆଦି ବହୁ ସମସ୍ୟା ରହିଛି । ତେନ୍ତୁଳିଗୁମ୍ମା ଗାଁ ବୈପାରୀଗୁଡ଼ା ବ୍ଲକରେ ଅବସ୍ଥିତ ହୋଇଥିଲେ ମଧ୍ୟ ଗ୍ରାମବାସୀ ଦୈନନ୍ଦିନ ଆବଶ୍ୟକତା ପାଇଁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମୁଖ୍ୟାଳୟ ଉପରେ ନିର୍ଭର କରନ୍ତି । ବୈପାରୀଗୁଡ଼ା ବ୍ଲକଠାରୁ ତେନ୍ତୁଳିଗୁମ୍ମା ଗାଁକୁ ଦଣ୍ଡାବାଡ଼ି ଦେଇ ରାସ୍ତା ନିର୍ମାଣ ହେଲେ ଲୋକେ ଉପକୃତ ହୋଇପାରନ୍ତେ । କିନ୍ତୁ ସାବେରୀ ନଦୀ ପାଇଁ ଆଜିପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରୁନାହିଁ । ଫଳରେ ୩୦ କିଲୋମିଟର ବଦଳରେ ମାଲକାନଗିରି ଜିଲ୍ଲା ମାଥିଲି ଦେଇ ୮୦ କିଲୋମିଟର ଯିବାକୁ ପଡ଼ିଥାଏ । ସେହିପରି ଗାଁରେ ନେଟୱାର୍କ ସୁବିଧା ନ ଥିବାରୁ ଛାତ୍ରଛାତ୍ରୀ ଗାଁ ନିକଟରେ ଥିବା ପାହାଡ଼ ଉପରକୁ ଚଢ଼ି ପାଠ ପଢୁଛନ୍ତି । ସ୍ୱାସ୍ଥ୍ୟ ଭଳି ଜରୁରୀକାଳୀନ ସେବା ପାଇଁ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଗାଁରେ ଗାଡ଼ି ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବସ ସେବା ଯୋଗାଇବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ସେପଟେ ତେନ୍ତୁଳିଗୁମ୍ମାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଲଷ୍ମଣ ନାୟକ ଯୁବ ସେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ