Masthead

କମାଣ୍ଡର ଦୁର୍ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନା

ଖଇରପୁଟ (ବଡ଼ ଖବର ବ୍ୟୁରୋ): ଆଜି ସକାଳ ୯ଟାରେ ମୁଦୁଲିପଡ଼ାରୁ ଖଇରପୁଟ ଅଭିମୁଖେ ଆସୁଥିବା ଏକ କମାଣ୍ଡର (ଓଆର୧୦-ଏ୪୭୩୧) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ଖଇରପୁଟ ପହଞ୍ଚିବା ପାଇଁ ଆଉ ୩ କିଲୋମିଟର ବାକିଥିବାବେଳେ ଘାଟି ରାସ୍ତା ମାଙ୍କଡ଼ଝୋଲା ନିକଟରେ ବ୍ରେକଫେଲ ଯୋଗୁ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ଦାନ୍ତିପଡ଼ା ଗ୍ରାମର ସୋମା ମାନ୍ଦ୍ରା (୩୨)ଙ୍କ ମୃତ୍ୟୁ ହୋଇଛି। ବୁଦାଇ ଧାଙ୍ଗଡ଼ା ମାଝୀ, ହାଡ଼ି ସୀସା, ସମ୍ବାରି ମୁଦୁଲି, ଲଛିମି ସୀସା ଏବଂ ସମ୍ବାରି ସୀସା ପ୍ରମୁଖ ୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ସମୟରେ ଡାକ୍ତରଖାନାରେ କେବଳ ଜଣେ ଆୟୁଷ ଡାକ୍ତର ଦେବବ୍ରତ ବାରିକ ଉପସ୍ଥିତ ଥିଲେ। ଏଠାରେ ନିୟୋଜିତ ଆଉ ଦୁଇ ଡାକ୍ତର ଛୁଟିରେ ଥିଲେ । ଫଳରେ ଗୁରୁତର ଆହତଙ୍କ ଚିକିତ୍ସା କରିବାରେ ଅସୁବିଧା ହୋଇଥିଲା। ତେଣୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ଘେରାଉ କରିବାକୁ ଉଦ୍ୟମ ବି କରିଥିଲେ। ଖଇରପୁଟ ବ୍ଲକ ଅନ୍ତର୍ଗତ ସମସ୍ତ ଅଧିବାସୀ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ଏପରିସ୍ଥଳେ କେଉଁ ପରିସ୍ଥିତିରେ ବାହାରୁ କେଉଁ ଡାକ୍ତରଙ୍କୁ କାହିଁକି ଡେପୁଟେସନ ଅଣାଯାଉ ନାହିଁ ବୋଲି ଲୋକେ ପ୍ରଶ୍ନ କରିଥିଲେ। ତେବେ ଏହି ସମୟରେ ଗତକାଲି ଘଟିଥିବା ଏକ ବାଇକ ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଛେଦ କରିବା ନିମନ୍ତେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭେଷଜ ଡାକ୍ତର ଅମୀୟ କୁମାର ସ୍ୱାଇଁ ଏଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଗୁରୁତର ଆହତଙ୍କ ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ