Masthead

ପଖାଳ ପ୍ରିୟ ଆମ ବଡ଼ ଠାକୁର

ପୁରୀ (ବଡ଼ ଖବର ବ୍ୟୁରୋ): ପଖାଳ ଗୋଟେ ଓଡ଼ିଆର ମନ ଓ ପ୍ରାଣ । ଖାଲି ଓଡ଼ିଆ କାହିଁକି ପଖାଳ ପ୍ରିୟ ଆମ ବଡ଼ ଠାକୁର । ତାଙ୍କୁ ବି ପଖାଳ ଭାରି ଭଲ ଲାଗେ । ସେ ପଖାଳ ଖାଆନ୍ତି ପୁଣି ଗୁଆ ଘିଅ ପକାଇ । ଏମିତି ଖାଇବା କିଏ କେଉଁଠି ବି ଦେଖେି ନଥିବେ । ଖାଲି ଗୁଆ ଘିଅ ନୁହେଁ ସେଥିରେ ଦହି ମଧ୍ୟ ପଡିଥାଏ । ପଖାଳ ନଖାଇଲେ କୁଆଡେ ସେ ଚକା ଆଖିକୁ ନିଦ ଆସେନା । ଛପନ ପଉଟି ଖିଆକୁ ଲୋଡ଼ା ତିନି ବେଳା ପଖାଳ । ପଖାଳ ଭୋଗ ଏବେର ନୁହେଁ ।

ଶତାଦ୍ଦୀ ଶତାଦ୍ଦୀ ଧରି ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି ହେଉଛି । ଶ୍ରୀମନ୍ଦିର ଥିବା ବଳି ପାତାଳ ମନ୍ଦିର ବା ପାତାଳେଶ୍ୱର ମନ୍ଦିରରେ ଥିବା ଏକ ଶିଳା ଲେଖରେ ଦ୍ୱାଦଶ ଶତାଦ୍ଦୀରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହେବା ସମ୍ପର୍କିତ ତଥ୍ୟ ଉଲ୍ଲେଖ ଅଛି । ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପଖାଳ ଭୋଗ ଲାଗି କରାଯାଏ । ସେଗୁଡ଼ି ହେଲା ସୁବାସିତ ପଖାଳ, ମିଠା ପଖାଳ, ଟଭା ପଖାଳ, ପାଣି ପଖାଳ, ଚୁପୁଡ଼ା ପଖାଳ, ଦହି ପଖାଳ ଓ ଘିଅ ପଖାଳ । ସାଧାରଣ ଲୋକଙ୍କ ଭଳି ମହାପ୍ରଭୁଙ୍କୁ ସୁଖ ନିଦ୍ରା ପାଇଁ ଶୋଇବା ପୂର୍ବରୁ ପଖାଳ ପରସା ଯାଏ ।

ନିଇତି ବଡ଼ ସିଂହାର ଭୋଗରେ ପ୍ରଭୁଙ୍କୁ ଲାଗି ହୁଏ ପଖାଳ । ଏମିତି ଦେଖିବା ପାଇଁ ହେଲେ ମଧ୍ୟାନ୍ନ ଧୂପ ପରେ ୧୧ ଓଳି ସୁବାସିତ ପଖାଳ ଲାଗି ହୁଏ । ସନ୍ଧ୍ୟା ଧୂପ ପରେ ୨୩ ଓଳି ପାଣି ପଖାଳ ଓ ୧୪ ଓଳି ଚିପୁଡ଼ା ପଖାଳ ପରସା ଯାଏ । ବଡ଼ସିଂହାର ଭୋଗରେ ୧୧ ଓଳି ମିଠା ପଖାଳ ମହାପ୍ରଭୁଙ୍କୁ ପରସା ଯାଏ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ମହାପ୍ରଭୁଙ୍କ ପଖାଳରେ ଲଙ୍କା ବ୍ୟବହାର କରାଯାଏ ନାହିଁ । କେବଳ ଦହି, ଅଦା ଏବଂ ଘିଅରେ ଭଜା ହୋଇଥିବା ଜିରା ଦହି ପଖାଳର ସ୍ୱାଦ ବଢାଇଥାଏ । ଆଉ ଏହି ପଖାଳକୁ ମୁଗୁନି ପଥରରେ ପ୍ରସ୍ତୁତ ପଖାଳ କୁଣ୍ଡରେ ମହାପ୍ରଭୁଙ୍କୁ ଲାଗି କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ