Masthead

ବିଶ୍ୱ ଶିଶୁ ଅଧିକାର ଦିବସ: ଶିଶୁଙ୍କ ବିକାଶ କେତେ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଆଜି ସାରା ବିଶ୍ୱ ପାଳୁଛି ଶିଶୁ ଅଧିକାର ଦିବସ। ଦେଶର ଭବିଷ୍ୟତମାନେ କିଭଳି ଶ୍ରମିକ ସାଜିବା ବଦଳରେ ପାଠପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ, ସେ ନେଇ ଆଜିର ଦିନକୁ ପାଳନ କରାଯାଉଛି। ଯାଜପୁର ଜିଲ୍ଲା ସୁକିନ୍ଦାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବିଶ୍ୱ ଶିଶୁ ଅଧିକାର ଦିବସ ପାଳନ କରାଯାଇଛି। ହାତରେ ପ୍ଲାକାର୍ଡ ଧରି ଶିଶୁ, ମହିଳା ଏବଂ ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗାଁ ଗାଁ ବୁଲି ଏହି ଦିବସ ପାଳନ ହେଉଛି। ଶିଶୁ ଶ୍ରମିକମୁକ୍ତ ସମାଜ ଗଠନ, ବଲ୍ୟବିବାହକୁ ନା ନାରା ଦେଇ ସମସ୍ତେ ସଚେତନତା ବର୍ତ୍ତା ଦେଉଛନ୍ତି । ହେଲେ କାଲିର ଭବିଷ୍ୟତ କୁହାଯାଉଥିବା ଶିଶୁଟି କ’ଣ ଶ୍ରମିକ ବଦଳରେ ଦେଶ ପାଇଁ ଉଜ୍ଜ୍ୱଳ ତାରକାଟିଏ ହେଇପାରିବ ନା ପେଟର ଭୋକ ଯନ୍ତ୍ରଣାକୁ ସହ୍ୟ କରି ନ ପାରି ସ୍ୱାଧୀନତାର ୭୪ ବର୍ଷ ପରେ ବି ଶ୍ରମିକ ସାଜିବାକୁ ବଧ୍ୟହେବ, ଏହି ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଙ୍କି ମାରୁଛି। ସୁକିନ୍ଦା ଏକ ଆଦିବାସୀ ବହୁଳ ଅଞ୍ଚଳ। ଆଜି ବି ଏଠି ଏମିତି ଗାଁ ଅଛି ଯେଉଁଠାରେ ପହଞ୍ଚି ପାରିନି ବିକାଶ । ଲକଡାଉନ୍ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ ହୋଇଥିବା ଏକ ତଥ୍ୟ କୁହେ କି ସୁକିନ୍ଦାରେ ଶିଶୁ ଶ୍ରମିକ ସଂଖ୍ୟା ବହୁତ କମ୍। ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଲକଡାଉନ୍ ସମୟରେ କାମ ଯୋଗାଇ ଦେବାକୁ ମୋନରେଗା ଯୋଜନାକୁ ପ୍ରଧାନ୍ୟ ଦେଇଥିଲେ। ଏହି ଯୋଜନାରେ ପ୍ରବାସୀ ଶ୍ରମିକ ବଦଳରେ ଶିଶୁମାନେ କାମ କରୁଥିବା ସେ ସମୟରେ ଜଣାପଡ଼ିଥିଲା। ଏବେ ବି ଅନେକ ସ୍ଥାନରେ ଶିଶୁମାନେ ଗ୍ୟାରେଜ, ଦୋକାନ, ହୋଟେଲ କିମ୍ବା ଗାଈ ଚରାଇ ନିଜ ପେଟର ଭୋକ ମେଣ୍ଟାଉଛନ୍ତି। ତେବେ ସରକାରଙ୍କ ଅନେକ ଯୋଜନା କ’ଣ କେବଳ ନାରାବାଜିରେ ସୀମିତ ହେଇରହୁଛି କି। ସରକାର ଶିଶୁ ଶ୍ରମିକମୁକ୍ତ ସମାଜ ପାଇଁ ଆପଣାଇ ଥିବା ସମସ୍ତ ଯୋଜନା ସୁରୁଖୁରୁରେ କାର୍ଯ୍ୟକାରୀ ହେଉ ଆଉ କାଲିର ଭବିଷ୍ୟତ କୁହାଯାଉଥିବା ଶିଶୁ ଦେଶର ନାଁ ରଖୁ “ବଡ଼ ଖବର” ପକ୍ଷରୁ ଆମେ ଏତେକି ବିଶ୍ୱାସ ରଖୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ