Masthead

ବେଆଇନ ଜର୍ଦ୍ଦା କାରଖାନାରେ ଚଢ଼ାଉ

ଟାଙ୍ଗୀ-ଚୌଦ୍ୱାର( ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି ନକଲି ଜର୍ଦ୍ଦା କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଜର୍ଦ୍ଦା କାରଖାନା ଚିହ୍ନଟ ହେଉଛି । ଆଜି ପୁଣି କଟକ ନିର୍ଗୁଣ୍ଡିରୁ ଚିହ୍ନଟ ହୋଇଛି ନକଲି ଜର୍ଦ୍ଦା କାରଖାନା । ସ୍ପେଶାଲ ସ୍କାର୍ଡ ଓ ଟାଙ୍ଗୀ ପୋଲିସର ମିଳିତ ଉଦ୍ୟମରେ ନିର୍ଗୁଣ୍ଡିଠାରେ ଚାଲିଥିବା ଖୁସୁବୁ ପ୍ରଡକ୍ଟ ନାମକ ଏକ ନକଲି ଗୁଟଖା କାରଖାନା ଉପରେ ଚଢାଉ କରାଯାଇଛି। ବିପୁଳ ପରିମାଣର କଞ୍ଚାମାଲ ସହିତ କେଏସ୪ ନାମକ ଗୁଟଖା ବିପୁଳ ପରିମାଣର ଜବତ କରିଛି ପୋଲିସ। ବିଭିନ୍ନ ପ୍ୟାକିଂ ମେସିନ ଜବତ କରାଯାଇଛି । ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ଦୀର୍ଘଦିନ ହେବ ମୁଖ୍ୟ ଗେଟ ଓ ସଟର ବନ୍ଦ କରି ନକଲି ଗୁଟଖା ତିଆରି ହେଉଥିବା ଖବର ସ୍ପେଶାଲ ସ୍କ୍ୱାର୍ଡ଼ ବିଶେଷ ସୂତ୍ରରୁ ଖବର ପାଇବା ପରେ ଆଜି ଅଚାନକ ଚଢାଉ କରିଥିଲା। ଚଢାଉ ସମୟରେ ଜବତ ହୋଇଥିବା ନକଲି ଗୁଟଖାର ଦାମ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସ୍ପେଶାଲ ସ୍କ୍ୱାର୍ଡ଼ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢାଉରେ ସ୍ପେଶାଲ ସ୍କ୍ୱାର୍ଡ଼ର ପଦ୍ମନାଭ ପ୍ରଧାନ ଓ ଟାଙ୍ଗୀ ପୋଲିସର ସବନ୍ସପେକ୍ଟର ରଶ୍ମିତା ନାୟକ, ଶତ୍ରୁଘନ ଦଳାଇ, ଏସଆଇ ସଦାଶିବ ଧୀର, ଏସଆଇ ଅକ୍ଷୟ ସ୍ୱାଇଁଙ୍କ ସମେତ ଟାଙ୍ଗୀ ପୋଲିସର ବହୁ କର୍ମଚାରୀ ସାମିଲ୍ ହୋଇଥିଲେ । ତେବେ ଖସି ପଳାଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ଼ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ