Masthead

‘ବଡ଼ ଖବର’ ଏକ ଆନ୍ଦୋଳନ, ସହାୟତାର ହାତ ବଢ଼ାଇଲେ ସୈନିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାରିକୋଟି ଓଡ଼ିଆଙ୍କ ଭଲ ପାଇବାକୁ ପାଥେୟ କରି ଆତ୍ମପ୍ରକାଶ କରିଛି ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ । ଶିଳ୍ପପତି, ରାଜନୈତିକ ନେତା, ଖଣି ଓ ମଦ ମାଫିଆ ଏହାର ପ୍ରଚ୍ଛଦପଟ୍ଟରେ ନାହାନ୍ତି, ଅଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କରି ଅଦୃଶ୍ୟ ଶକ୍ତିର ପ୍ରଭାବରେ ‘ବଡ଼ ଖବର’ ସାଧାରଣ ଜନତାର ସ୍ୱର ହେବାକୁ ଯାଉଛି ।

କଥାରେ ଅଛି ବିଭୁଙ୍କ ଦୟା ହେଲେ ପଙ୍ଗୁ ମଧ୍ୟ ଗିରି ଲଙ୍ଘିପାରେ । ଓଡ଼ିଶାବାସୀଙ୍କ ସ୍ନେହ, ଆଦର ଓ ଠାକୁରଙ୍କ ଆଶୀର୍ବାଦ ହିଁ ଏହି ଚ୍ୟାନେଲର ସବୁଠାରୁ ବଡ଼ ପୁଞ୍ଜି । ତଥାପି କିଛି ସହୃଦୟ ଓ ଚିନ୍ତାଶୀଳ ବ୍ୟକ୍ତି ସହଯୋଗର ହାତ ବଢ଼ାଇଛନ୍ତି । ଆଗକୁ ଏହି ଧାରା ଅଧିକରୁ ଅଧିକ ହେବ ବୋଲି ଆଶା କରାଯାଉଛି ।

ନୟାଗଡ଼ ଜିଲ୍ଲା ଓଡ଼ଗାଁର ଆଦର୍ଶ ପଟ୍ଟନାୟକ । ୧୯୯୨ରେ ଭାରତୀୟ ସେନା ବାହିନୀରୁ ଅବସର ନେଇଛନ୍ତି । ସମାଜସେବା ଓ ସାମ୍ବାଦିକତାରେ ଏବେ ତାଙ୍କର ସମୟ କଟୁଛି । ଜଣେ ପରୋପକାରୀ ବ୍ୟକ୍ତିଭାବେ ତାଙ୍କର ଖ୍ୟାତି ମଧ୍ୟ ରହିଛି । ସାଧାରଣ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’କୁ ସେ ବଢ଼ାଇଛନ୍ତି ସହଯୋଗର ହାତ । ‘ବଡ଼ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବଡ଼ ଘୋଷଣାରେ ଉଦବୁଦ୍ଧ ହୋଇ ଆଦର୍ଶ ପଟ୍ଟନାୟକ ତାଙ୍କ ମାସିକ ପେନସନର ଶତକଡ଼ା ୧୦ ଭାଗ (୨୩୮୫) ଟଙ୍କା ‘ବଡ଼ ଖବର’ର ବଡ଼ ମିଶନ ପାଇଁ ଦାନ କରିଛନ୍ତି । ଏହି ଅର୍ଥ ଓଡ଼ିଶାର ସାମ୍ବାଦିକଙ୍କ ପିଲାଙ୍କ ସହାୟତାରେ ବିନିଯୋଗ କରିବାକୁ ସେ ସମ୍ପାଦକଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଆ ଗଣମାଧ୍ୟମ ଜଗତରେ ‘ବଡ଼ ଖବର’ ଆନ୍ଦୋଳନ ନିଶ୍ଚୟ । ସମସ୍ତ ଚାପରୁ ଉଦ୍ଧ୍ୱରେ ରହି ‘ବଡ଼ ଖବର’ କହିବ ଲୋକଙ୍କ କଥା । ଦରଦୀ ମଣିଷର ଅସରନ୍ତି କାହାଣୀକୁ ପଢ଼ିବ । ଅବହେଳିତ ମଣିଷର ସମସ୍ୟା ସମାଧାନ ଦିଗରେ ଶକ୍ତ ହୋଇ ଠିଆ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ