Masthead

ସଜେଇ ହେଉଛି ସ୍ୱର୍ଗଦ୍ୱାର

ପୁରୀ, (ବଡ଼ ଖବର ବ୍ୟୁରୋ): ଆଜି ପୁରୀ ଗସ୍ତରେ ଯାଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସ୍ୱର୍ଗଦ୍ୱାରର ଉନ୍ନୟନମୂଳକ କାର୍ଯ୍ୟ ସହ ଗାଇ ଗୋରୁଙ୍କ ପାଇଁ ନିର୍ମିତ ହୋଇଥିବା ଥଇତାନ କେନ୍ଦ୍ରର ମଧ୍ୟ ସମୀକ୍ଷା କରିଛନ୍ତି ।
ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି । ଏଣିକି ବାହାର ଜିଲ୍ଲାର ବ୍ୟକ୍ତିଙ୍କ ମୃତଦେହ ସ୍ୱର୍ଗଦ୍ୱାରରେ ସତ୍କାର କରିପାରିବେ । ଫଳରେ ଅଧିକ ସଂଖ୍ୟାରେ ମୃତଦେହ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଆସିବା ସମ୍ଭାବନା ରହିଛି । ତେଣୁ ସ୍ୱର୍ଗଦ୍ୱାରର ନବୀକରଣ ଏବଂ ମୃତଦେହ ସତ୍କାର ପାଇଁ ଯାଉଥିବା ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ ଏବଂ ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍ ତିଆରି କରିବାକୁ ନିଷ୍ପତି ନିଆଯାଇଛି ।
ସେହିପରି ବଡ଼ଦାଣ୍ଡକୁ ଗାଇ ଗୋରୁଙ୍କଠାରୁ ମୁକ୍ତ ରଖିବା ପାଇଁ ଗୋଶାଳା ନିର୍ମିତ ହୋଇଛି । ଏବେ ସୁଦ୍ଧା ୭୦୦ ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି । ଏହା ବ୍ୟତୀତ ଭିକାରୀମାନେ କିପରି ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିପାରିବେ ସେନେଇ ମଧ୍ୟ ବ୍ୟବସ୍ଥା ହୋଇଛି । ଏହି ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ପୁରୀ, ବିଏମସି, ସିଏମସି କମିଶନରମାନେ ଉପସ୍ଥିତ ଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ