Masthead

୨୬/୧୧: କେମିତି ଥିଲା ପୂରା ଘଟଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୬ ନଭେମ୍ବର ୨୦୦୮ । ପ୍ରତ୍ୟେକ ଭାରତୀୟ ପାଇଁ ଏହା ଏକ କଳା ଦିବସ । ୧୯୯୩ ମୁମ୍ବାଇ ସିରିଜ୍ ବୋମା ବିସ୍ଫୋରଣ ପରେ ୨୬/୧୧ ଭାରତରେ ସବୁଠାରୁ ବଡ଼ ଆତଙ୍କୀବାଦୀ ଆକ୍ରମଣ । ୧୦ଆତଙ୍କବାଦୀ ମୁମ୍ବାଇରେ ରଚନ୍ତି ମୃତ୍ୟୁର ତାଣ୍ଡବ । ମଣିଷ ରକ୍ତରେ ହୋଲି ଖେଳନ୍ତି ଆତଙ୍କବାଦୀ । ଟଳି ପଡେ ଗୋଟିଏ ପରେ ଗୋଟିଏ ନିରୀହ ଜୀବନ ।

୨୬ ନଭେମ୍ବର ରାତି ୯ରେ ଏହି ୧୦ ଆତଙ୍କବାଦୀ ମୁମ୍ବାଇର କୋଲାବ ନିକଟରେ ଥିବା ଏକ ମାଛ ବଜାରରେ ଓହ୍ଲାଇଥିଲେ । ସେଠାରୁ ୨-୨ ଟିମରେ ବିଭକ୍ତ ହୋଇ ଯୋଜନା ଅନୁସାରେ ଆକ୍ରମଣ କରିବାକୁ ଯାଇଥିଲେ । ପ୍ରଥମେ ଲିଓପୋଲ୍ଡ କ୍ୟାଫେରେ ଆତଙ୍କବାଦୀମାନେ ପହଞ୍ଚି ଆଖିବୁଜା ଗୁଳି ଚାଳନା କରିଥିଲେ । ଏହା ପରେ ନିକଟରେ ଥିବା ନରିମନ ହାଉସରେ ପ୍ରବେଶ କରି ଆରମ୍ଭ କରିଥିଲେ ମୃତ୍ୟୁର ତାଣ୍ଡବ । ଏହା ଭିତରେ କଶାବ ଓ ଇସମାଇଲ ଖାନ ଛତ୍ରପତି ଶିବାଜୀ ଟରମିନାଲରେ ଆରମ୍ଭ କରନ୍ତି ଗୁଳିବର୍ଷା । କେହି କିଛି ବୁଝିବା ଆଗରୁ ଚାଲିଯାଏ ୫୮ ନୀରିହ ଜୀବନ । ଏ ଭିତରେ ହୋଟେଲ ତାଜକୁ ମଧ୍ୟ ଆତଙ୍କବାଦୀମାନେ ନିଜ ଦଖଲକୁ ନେଇ ସାରିଥିଲେ । ମୁମ୍ବାଇର ୮ଟି ସ୍ଥାନରେ ଆତଙ୍କବାଦୀ ରଚିଥିଲେ ଦମନଲୀଳା । ମୁମ୍ବାଇ ପୋଲିସ କିଛି ବୁଝିବା ଆଗରୁ ଚାଲିଯାଇଥିଲା ୧୬୮ ଜୀବନ । ୨୮ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥାଏ । ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବହୁ ସାଧାରଣ ଲୋକଙ୍କ ସହ ପୋଲିସ ବି ସହିଦ ହୋଇଥିଲେ । ଦୀର୍ଘ ୫୯ ଘଣ୍ଟାର ଅପେରସନ ପରେ ମୁମ୍ବାଇରେ ଥିବା ସମସ୍ତ ଆକ୍ରମଣଙ୍କୁ ମାରିଥିଲେ ଏନଏସଜି କମାଣ୍ଡ । କେବଳ କଶାବକୁ କାବୁ କରିଥିଲା ମୁମ୍ବାଇ ପୋଲିସ । ଶେଷରେ ୨୮ ନଭେମ୍ବର ରାତି ୮.୩୦ରେ ମୁମ୍ବାଇକୁ ସୁରକ୍ଷିତ ଘୋଷଣା କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ