Masthead

ଆରାଆଇ ଏବଂ ତହସିଲଦାରଙ୍କ ବିରୋଧରେ ଅଭିଯୋଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗରିବ ଲୋକଙ୍କୁ ସୁନିଶ୍ଚିତ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ବାସ୍ତବିକ୍ ସ୍ଥିତିରେ ହିତାଧିକାରୀ ଘର ତିଆରି କରିବା ପାଇଁ ସରକାରୀ ବ୍ୟବସ୍ଥା ବାଧା ସୃଷ୍ଟି କରୁଛି ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଇଥିବା ଗରିବ ହିତାଧିକାରୀ ଘରଟିଏ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସ୍ଥାନୀୟ ତହସିଲ ଅଧିକାରୀଙ୍କ ମନମୁଖୀ କାର‌୍ୟ୍ୟ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଖୁଣ୍ଟା ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ। ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣା ସାହି,ସପନଚୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ।

ସୂଚନା ଅନୁସାରେ ଗରିବ ଶ୍ରେଣୀର ହିତାଧିକାରୀ ଘର ତିଆରି କରିବା ପାଇଁ ଆଣୁଥିବା ବିଭିନ୍ନ ସାମଗ୍ରୀ ଉପରେ ଖୁଣ୍ଟା ଏଡିସନାଲ ତହସିଲଦାର ଏବଂ ସ୍ଥାନୀୟ ଆର ଆଇ ଚଢ଼ାଉ କରୁଛନ୍ତି ଏବଂ ସେମାନଙ୍କ କଥା ନ ବୁଝିଲେ ମୋଟା ଅଙ୍କର ଫାଇନ କାଟୁ ଥିବାର ଅଭିଯୋଗ ଆଣିଛନ୍ତି ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଦସ୍ୟ । ଏ ବାବଦରେ ଗ୍ରାମବାସୀ ଉପଜିଲ୍ଲାପାଳ ଏବଂ ୫ଟିସଚିବଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରି ଥିବାର କହିଛନ୍ତି।

ଅନ୍ୟପଟେ ଏ ବାବଦରେ ଖୁଣ୍ଟା ତହସିଲଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ଅଭିଯୋଗ ତାଙ୍କ ପାଖକୁ ପୂର୍ବରୁ ଆସିଅଛି ଏବଂ ଏ ବାବଦରେ ଉପଜିଲ୍ଲାପାଳଙ୍କ ସହିତ ଆଲେଚନା କରିଛନ୍ତି । ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଖୁଣ୍ଟା ତହସିଲଦାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ