Masthead

ରେଲୱେ କର୍ମଚାରୀଙ୍କ ଧାରଣା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ୯ ଦଫା ଦାବି ପୂରଣ ନେଇ ଇଷ୍ଟ ରେଲୱେ ଶ୍ରମିକ ୟୁନିୟନ ସମ୍ବଲପୁର ଡିଭିଜନ ପକ୍ଷରୁ ଧାରଣା । ସମ୍ବଲପୁର ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତିବାଦ କରାଯାଇଥିଲା । ୟୁନିୟନ ଅଭିଯୋଗ କରିଛି ଯେ ରେଲୱେରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କ ଦାବି ପୂରଣ ପାଇଁ ବାରମ୍ବାର ରେଲୱେ ପ୍ରସାଶନ ନିକଟରେ ଗୁହାରି କରାଯାଇଛି । କିନ୍ତୁ ରେଲୱେ ପ୍ରସାଶନ କୌଣସି ପଦକ୍ଷେପ ନେଉନାହାନ୍ତି । ରେଲୱେରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଓଭରଟାଇମର ପାଉଣା ତୁରନ୍ତ ପ୍ରଦାନ କରିବା, ସମସ୍ତ କର୍ମଚାରୀଙ୍କୁ ଏମଏସିପି ପ୍ରଦାନ, ବିଭିନ୍ନ ବିଭାଗରେ କର୍ମଚାରୀଙ୍କ ବଦଳି ଆଦେଶକୁ ମଣ୍ଡଳ ଓ ଜୋନାଲ ସ୍ତରରେ ଶୀଘ୍ର କାର୍ଯ୍ୟକାରୀ କରିବା ପ୍ରଭୃତି ୯ ଦଫା ଦାବିରେ ଧାରଣା ଦିଆଯାଇଥିଲା । ପରେ ଏକ ଦାବିପତ୍ର ସମ୍ବଲପୁର ଡିଆରଏମଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଦାବି ପୁରଣରେ ଅବହେଳା କରାଗଲେ ଆଗକୁ ସମସ୍ତ ରେଲୱେ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଇଷ୍ଟ ରେଲୱେ ଶ୍ରମିକ ୟୁନିୟନ ସମ୍ବଲପୁର ଡିଭିଜନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା