Masthead

ପିଏଲଜିଏ ସପ୍ତାହ ଆରମ୍ଭ

ମାଲକାନାଗିରି (ବଡ଼ ଖବର ବ୍ୟୁରୋ): ଜିଲ୍ଲାରେ ନକ୍ସଲମାନେ ପାଳନ କରିଛନ୍ତି ପିଏଲଜିଏ ସପ୍ତାହ । ଏଥିପାଇଁ ମାଓ ସଂଘଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି । ଆଦିବାସୀ ଯୁବକ ଯୁବତୀମାନଙ୍କୁ ନକ୍ସଲ ସଂଗଠନରେ ମିଶିବା ପାଇଁ ଆହ୍ୱାନ ଦେଇଛନ୍ତି ଲାଲ୍ ବାହିନୀ । ନକ୍ସଲ ପନ୍ଥୀଙ୍କ ବନ୍ଦ ଡାକରା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସଂପୁର୍ଣ ଭାବେ ବନ୍ଦ ରହିଛି । ଅଳ୍ପ କେତେକ ଘରୋଇ ବସ ଯିବା ଆସିବା କରୁଛି । ମାଲକାନଗିରି ଠାରୁ ମୋଟୁ, କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳକୁ ଯିବା ଲାଗି ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି । ନକ୍ସଲ ପନ୍ଥୀଙ୍କ ବନ୍ଦ ଡାକରାକୁ ଆଖିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛତିଶଗଡ ଓ ଆନ୍ଦ୍ର ସୀମାନ୍ତକୁ ସିଲ୍ କରାଯାଇଛି । ବିଏସଏଫ ଓ ଏସଓଜି ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସହ ମାଥିଲିର ତୁଳସୀ ପାହାଡ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବଢିଛି । ଏସଓଜି ଜବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ