Masthead

ପରୀକୁ ନ୍ୟାୟ ଦାବିରେ ଅନଶନ

ବରୀ(ବଡ଼ ଖବର ବ୍ୟୁରୋ) ଆଜି ହେଉଛି ବିଶିଷ୍ଟ ସମାଜସେବୀ ମା’ ରମାଦେବୀଙ୍କ ଜୟନ୍ତୀ । ମା’ ରମାଦେବୀ ତାଙ୍କର କର୍ମଭୂମିଭାବେ ପ୍ରଥମେ ବରୀକୁ ବାଛିନେଇଥିଲେ । ନାରୀମାନଙ୍କ ପାଇଁ ବରୀରୁ ଆରମ୍ଭ କରିଥିଲେ ମହାସଂଗ୍ରାମ । ସେଥିପାଇଁ ଆଜି ତାଙ୍କର ଜୟନ୍ତୀ ଅବସରରେ ବରୀର ସଂଗ୍ରାମୀମାନେ ପରୀକୁ ନ୍ୟାୟ ଦେବା ପାଇଁ ଆରମ୍ଭ କରିଥିଲେ ୧୨ ଘଣ୍ଟିଆ ପ୍ରତୀକ ଅନଶନ । ଯାଜପୁର ଜିଲ୍ଲା ବରୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିଶିଷ୍ଟ ସମାଜସେବୀ ସତ୍ୟରଞ୍ଜନ କର, କଞ୍ଚନବାଳା ଜ୍ୟୋତି, ବନ୍ଦିତା ଦାସ ,ପ୍ରଶାନ୍ତ ପଢିହାରୀ, ପ୍ରଭାସିନୀ ରାଉତ, ସୀତାରାଣୀ ଦେଓ ପ୍ରମୁଖ ଉପସ୍ଥିତ ରହି ପରୀର ହତ୍ୟାକାରୀକୁ ଶୀଘ୍ର ଧରାଯାଇ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ପରେ ସମସ୍ତେ ଅନଶନରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?