ଆଜି ଭାରତୀୟ ନୌସେନା ଦିବସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୧୯୭୧ ମସିହା ଯୁଦ୍ଧରେ ଭାରତୀୟ ନୌସେନାର ପରାକ୍ରମକୁ ମନେପକାଉଛି ସାରା ଦେଶ । ୧୯୭୧ ଡିସେମ୍ବରରେ ହୋଇଥିଲା ଭାରତ-ପାକିସ୍ତାନ ଯୁଦ୍ଧ । ଭାରତ-ପାକିସ୍ତାନ ସାମରିକ ବାହିନୀ ମୁହାଁମୁହିଁ ହେବାକୁ ଦୃଷ୍ଟିରେ ରଖି ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା । ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ କରାଚି ବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା । ଏହି ମିସନ ପାଇଁ ନାଭାଲ କମାଣ୍ଡ ଅଧୀନରେ ଏକ ଷ୍ଟ୍ରାଇକ ଗ୍ରୁପ ଗଠନ କରାଯାଇଥିଲା । ଡିସେମ୍ବର ୪ତାରିଖରେ ଆଇଏନଏସ ନିପାଟ ଦୁଇଟି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା । ଏଥିମଧ୍ୟରୁ ପ୍ରଥମଟି କରାଚି ବନ୍ଦରରେ ଥିବା ତେଲ ଟାଙ୍କି ଉପରେ ପଡ଼ି ଧ୍ୱଂସବିଧ୍ୱଂସ କରିଦେଇଥିଲା । ଅନ୍ୟପଟେ ଭାରତୀୟ ଟାସ୍କ ଗ୍ରୁପ ପାରସ୍ୟ ଉପସାଗରକୁ ପାକିସ୍ଥାନ ପର୍ଯ୍ୟନ୍ତ ସମୁଦ୍ର ମାର୍ଗ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲା । ଫଳରେ ବାଣିଜ୍ୟିକ ଯାତାୟତ ବନ୍ଦ ହୋଇଯାଇଥିଲା । ଫଳରେ ନୌସେନାର ଏପରି ପଦକ୍ଷେପକୁ ସ୍ମାରକୀ ପୂର୍ବକ ଡିସେମ୍ବର ୪କୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଏ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ