Masthead

ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ, ୧୬୩ ଧାରା ଲାଗୁ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଉତେଜନା, ପୋଲିସ ଓ ମାଜିଷ୍ଟ୍ରେଟକୁ ପିଟିଲେ ଉତ୍ୟକ୍ତ ଲୋକେ, ବିଏନଏସ ୧୬୩ ଧାରା ଲାଗୁ । ଭଦ୍ରକ ବିବାଦୀୟ ପୋଷ୍ଟକୁ ନେଇ ଗୋଟିଏ ସମ୍ପ୍ରଦାୟର ବଡ଼ ଧରଣର ମେଳି । ଖବର ପାଇ ପୋଲିସ ଯାଉଥିବା ବେଳେ ସନ୍ଥିଆ ନିକଟରେ ରାସ୍ତା ଅବରୋଧ କରି ଟାୟାର ଜାଳି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀର ଲୋକେ ।

ତହସିଲଦାରଙ୍କ ଗାଡି କାଚକୁ ବାଡେଇ ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକା ପଥର ଫୋଫାଡ଼ିଲେ ଉକ୍ତ୍ୟକ୍ତ ଲୋକ । ଠେଲା ମାଡ଼ରେ ୨ ପୋଲିସ ଆହ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ମୁଦୁ ଲାଠି ଚାଳନା । ଘଟଣାସ୍ଥଳରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛି । ତେବେ ଗତକାଲି ଜଣେ ଯୁବକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନଙ୍ଗାମହଲା ଠାରେ ହଠାତ ଏକ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ମେଳି ବାନ୍ଧିଥିଲେ ।

ପରେ ଏହି ବେଆଇନ ମେଳି ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣା ସ୍ଥଳ କୁ ଆସୁଥିବା ବେଳେ ଉକ୍ତ୍ୟକ ଯୁବକ ମାନେ ପୋଲିସ ଉପରକୁ ମାଡ଼ ମାରିବା ସହ ଠେଲା ପେଲା କରିଥିଲେ । ପ୍ରଶାସନ ପକ୍ଷରୁ ପୁରୁଣା ବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି । ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ