ବାପାଙ୍କୁ ନ୍ୟାୟ ପାଇଁ ଅନଶନ କରୁଛି ପୁଅ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ବାପାଙ୍କ ନ୍ୟାୟ ପାଇଁ ଅନଶନ କରୁଛି ପୁଅ । ସମ୍ବଲପୁର କୋଭିଡ ହସ୍ପିଟାଲରେ ବାପାଙ୍କ ମୃତ୍ୟୁ ପାଇଁ ଦାୟୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନଶନ କରୁଛି । ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଛନ୍ତି । କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଭୁଲ କରୁଥିବା ବ୍ୟକ୍ତି ଓ ଅଧୀକାରୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ସ୍ୱର୍ଗତ ପିତା କେଦାର ଚନ୍ଦ୍ର ମାଝିଙ୍କ ପୁଅ ଡମ୍ବରୁଧର ମାଝି । ସେ କହିଛନ୍ତି କି ତାଙ୍କ ବାପା ସ୍ୱର୍ଗତ କେଦାର ଚନ୍ଦ୍ର ମାଝି ରାଉରକେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଚାକିରୀରୁ ଅବସର ନେବା ପରେ ପେନସନ ପାଇଁ କାଗଜପତ୍ର ବ୍ୟବସ୍ଥା କରିବାକୁ ବାପ-ପୁଅ ବାରିପଦାରୁ ରାଉଲକେଲା ଆସିଥିଲେ । ରାଉଲକେଲାରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ଚିକିତ୍ସା ପାଇଁ ରାଉଲକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ନ ସୁଧିରିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କରୋନା ପଜିଟିଭ ବାହାରିବାରୁ ତାଙ୍କୁ ସମ୍ବଲପୁର କୋଭିଡ ହସ୍ପିଟାଲକୁ ପଠାଯାଇଥିଲା । କୋଭିଡ ହସ୍ପିଟାଲରେ ତାଙ୍କ ପେଟରେ ଜମିଥିବା ପାଣି କଢ଼ାଗଲା ନାହିଁ । ଉପଯୁକ୍ତ ଚିକିତ୍ସା ନ ପାଇ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି ବୋଲି ପୁଅ ଅଭିଯୋଗ କରିଛନ୍ତି । ତେଣୁ କର୍ତବ୍ୟରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀ କ୍ଷମା ମାଗିଲେ ବାପାଙ୍କ ଆତ୍ମାଶାନ୍ତି ପାଇବ ବୋଲି ଡମ୍ବରୁ କହିଛନ୍ତି । ଡମ୍ବରୁଙ୍କ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ