Masthead

କୋଣାର୍କ ମହୋତ୍ସବର ଶେଷ ସନ୍ଧ୍ୟା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଶେଷ ହୋଇଛି କୋଣାର୍କ ବାଲୁକା କଳା ମହୋତ୍ସବ ଓ କୋଣାର୍କ ମହୋତ୍ସବ ୨୦୨୦। ୫ ଦିନ ଧରି ଚାଲିଥିବା ଏହି ମହୋତ୍ସବର ଗତକାଲି ଥିଲା ଅନ୍ତିମ ସନ୍ଧ୍ୟା । ଅନ୍ତିମ ଦିନରେ କୋଣାର୍କ ବାଲୁକା କଳା ମହୋତ୍ସବରେ ବାଲୁକା ଶିଳ୍ପୀମାନେ ବିଭିନ୍ନ ବିଷୟ ବସ୍ତୁକୁ ନେଇ ବାଲୁକା କଳା ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ କୋଭିଡ ପାଇଁ ଗତ ଡିସେମ୍ବର ୧ ତାରିଖରୁ ବିଭିନ୍ନ ବିଷୟକୁ ନେଇ ଆୟୋଜନ ହେଉଥିବା ଏହି ମହୋତ୍ସବର ଅନ୍ତିମ ଦିନରେ ଭାଗ ନେଇ ଖୁସି ଥିବା ପ୍ରକାଶ କରିଛନ୍ତି ବାଲୁକାଶିଳ୍ପୀ । କୋଣାର୍କ ମହୋତ୍ସବର ଗତକାଲି ଥିଲା ଉଦଯାପନି ଦିବସ ।

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ସଚିବ ଵିଶାଲ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ ଉପସ୍ଥିତ ଥିଲେ । ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ର ପ୍ରସ୍ତୁତି ଥିଲା ଦେବ ଆରଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଙ୍କରଭରଣ ପଲ୍ଲବୀ । ପି ଭି କୃର୍ଷ୍ଣମୂର୍ତିଙ୍କ ପରିକଳ୍ପନାରେ ଗବେଷଣା କେନ୍ଦ୍ରରେ ସଂଯୋଜିତ ହୋଇଥିବା ନୃତ୍ୟଭିନୟ କୃର୍ଷ୍ଣ ଗାଥାକୁ ଉପସ୍ଥାପନ କରିଥିଲେ । ଓଡ଼ିଶାର ମଧ୍ୟଯୁଗୀୟ ବୈଷ୍ଣବ କବିମାନଙ୍କ ରଚନାକୁ ନେଇ ରାଧା-କୃଷ୍ଣଙ୍କ ପ୍ରତି ବିଳାସର ଚିତ୍ର ମଞ୍ଚସ୍ଥ କରିଥିଲେ ଶିଳ୍ପୀ। ଦ୍ୱିତୀୟ ପର୍ୟ୍ୟାୟରେ ଶାସ୍ତ୍ରୀୟ କଥକ ନୃତ୍ୟକୁ ନେଇ ମଞ୍ଚରେ ପ୍ରବେଶ କରିଥିଲେ ଅଦିତି ମଙ୍ଗଳ ଦାସ ଓ ଗ୍ରୁପ। ଦିଲ୍ଲୀ ରୁ ଆସିଥିବା ଦୃଷ୍ଟିକୋନ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ନୃତ୍ୟ ପରିବେଷଣ । ଫିଦାର ପ୍ରଥମ ନିବେଦନ ଥିଲା ଗଣେଶ ସ୍ତୁତି। ପ୍ରେମରେ ଭକ୍ତିକ ସମର୍ପଣର ଚେତନାକୁ ତୋଳି ଧରିଥିଲେ ଶିଳ୍ପୀଗଣ । ଯାହାର ଅନ୍ତିମ ପ୍ରସ୍ତୁତି ଥିଲା ପ୍ରେମର ସମ୍ମୋହ ।

ଚଳିତବର୍ଷ କୋଭିଡ ନିୟମ ଅନୁସାରେ ଆୟୋଜନ କରାଯାଇଥିଲା ଏହି ମହୋତ୍ସବ। ଯେଉଁ ମହୋତ୍ସବରେ ପ୍ରତିଦିନ ୬୦୦ ପର୍ଯ୍ୟନ୍ତ ସୀମିତ ଦର୍ଶକଙ୍କୁ ନେଇ ପାଳିତ ହୋଇ ଆସୁଥିଲା। ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତାକୁ ନେଇ ଏହି ମହୋତ୍ସବ ଚଳିତ ବର୍ଷ ଏକ ଉଦାହରଣ ସୃଷ୍ଟି କରିଛି । ଯାହା ବିଶ୍ଵ ଦରବାରରେ କୋଣାର୍କର ନା ଉଚ୍ଚ କରିଛି । ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇ ଏହି ମହୋତ୍ସବ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା