Masthead

ସମ୍ବଲପୁର ଆଇଆଇଏମକୁ ବଡ ସଫଳତା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଦେଶରେ ନମ୍ବର ୱାନ ସମ୍ବଲପୁର ଆଇଆଇଏମ । ଶିକ୍ଷା ପଦ୍ଧତି ଓ ପ୍ଲେସମେଣ୍ଟ ପାଇଁ ସବୁଠୁ ଆଗରେ । ଆଇଆଇଏମର ବଡ ସଫଳତା ନେଇ ସହରରେ ଖୁସିର ଲହରୀ । ଆଇଆଇଏମର ଏହି ସଫଳତା ସମ୍ବଲପୁରକୁ ସାରା ଦେଶରେ ଏକ ପ୍ରମୁଖ ଶିକ୍ଷା ନଗରୀର ପରିଚୟ ପ୍ରଦାନ କରିପାରିଛି । ୨୦୧୫ ମସିହାରେ ପ୍ରବଳ ବିରୋଧ ଓ ବିକ୍ଷୋଭ ପରେ ପ୍ରତିଷ୍ଠା ହୋଇଥିଲା ସମ୍ବଲପୁର ଆଇଆଇଏମ । ଏବେ ସର୍ବଭାରତୀୟ ସ୍ତରରେ ନୂତନ ଆଇଆଇଏମ ରାଙ୍କରେ ସବୁଠାରୁ ଆଗରେ ରହିଛି ସମ୍ବଲପୁର ଆଇଆଇଏମ । ବିଜନେସ ୱାର୍ଲଡ଼ର ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଦେଶର ସରକାରୀ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ସମ୍ବଲପୁର ଆଇଆଇଏମ ୧୮ ତମ ସ୍ଥାନରେ ରହିଛି ।

ଏହା ସହ ଦେଶର ସରକାରୀ ଓ ବେସରକାରୀ ଶିକ୍ଷାଅନୁଷ୍ଠାନମାନଙ୍କ ମିଳିତ ରାଙ୍କିଙ୍ଗରେ ଏହା ସର୍ବ ଭାରତୀୟ ସ୍ତରରେ ୩୪ ତମ ସ୍ଥାନରେ ରହିଛି । ଦେଶରେ ପ୍ରତିଷ୍ଠା ହୋଇଥିବା ନୂତନ ଆଇଆଇଏମ ମଧ୍ୟରେ ରାଞ୍ଚିକୁ ପଛରେ ପକାଇ ସମ୍ବଲପୁର ଆଇଆଇଏମ ଆଗରେ ରହି ନୂତନ ଆଇଆଇଏମ ରାଙ୍କିଙ୍ଗରେ ଏକ ନମ୍ବର ହୋଇ ସଫଳତା ହାସଲ କରିଛି । ଏହି ସଫଳତା ନେଇ ସମ୍ବଲପୁରବାସୀ ମଧ୍ୟ ବେଶ ଖୁସି ଅଛନ୍ତି । ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ହେବା ପରଠାରୁ ଏହାର ସ୍ୱତନ୍ତ୍ର ଶିକ୍ଷା ପଦ୍ଧତି ପାଇଁ ଏହି ସଫଳତା ହାସଲ କରି ସୄଷ୍ଟି କରିପାରିଛି ସ୍ୱତନ୍ତ୍ରସ୍ଥାନ ।

ଆଇଆଇଏମର ଶିକ୍ଷା ବ୍ୟବସ୍ଥା କେବଳ କ୍ଲାସ ରୁମରେ ସୀମିତ ନୁହେଁ ଶତ ପ୍ରତିଶତ ପ୍ଲେସମେଣ୍ଟର ବ୍ୟବସ୍ଥା ମଧ୍ୟ ରହିଛି । ୨୦୧୫ରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଆଇଆଇଏମ । ଏବେ ଏହା ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅସ୍ଥାୟୀ ଭାବେ ଚାଲିଛି । ନିଜସ୍ୱ ବିଲ୍ଡିଂ ପାଇଁ ଆହୁରି ୨୦ ସାସ ସମୟ ଲାଗିବ ବୋଲି ଜଣାପଡିଛି । ଆଇଆଇଏମ ସମ୍ବଲପୁର ପାଠପଢାର ନିଆରା ଶୈଳୀ ଓ ଅଧ୍ୟାପକଙ୍କ ନିଷ୍ଠାର ସହ କାଯ୍ୟ ସମ୍ପାଦନା ଯୋଗୁ ସାରା ଦେଶରେ ଆଇଆଇଏମ ସଫଳତା ହାସଲ କରିପାରିଛି ବୋଲି କହିଛନ୍ତି ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜଏସୁଆଲ । ଆଇଆଇଏମର ନୂତନ ସଫଳତା ସମ୍ବଲପୁରକୁ ଦେଶର ଏକ ଅଗ୍ରଣୀ ଶିକ୍ଷା ନଗରୀର ପରିଚୟ ପ୍ରଦାନ କରିପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା