ସ୍ୱଚ୍ଛ ଭାରତ ଅଭିଯାନ

କାକଟପୁର(ବଡ଼ ଖବର ବ୍ୟୁରୋ): ମା କଲରେଇ ଟ୍ରଷ୍ଟ ଓ ଲତାହାରଣ ଉଚ୍ଚ ବିଦ୍ୟାଳୟର ୧୯୯୫ ମସିହା ମ୍ୟାଟ୍ରିକ ଛାତ୍ରଛାତ୍ରୀମାନେ ସମସ୍ତେ ଏକାଠି ହେବା ସହ, ଅସ୍ତରଙ୍ଗସ୍ଥିତ ସମୂଦ୍ର ବେଳାଭୂମିର ସଫେଇ କରିଛନ୍ତି । ସ୍ୱଚ୍ଛ ଭାରତ ଆଭିମୁଖ୍ୟ ନେଇ ୬୦ରୁ ଉଦ୍ଧ୍ୱର୍ ପୂର୍ବତ୍ତନ ଛାତ୍ରଛାତ୍ରୀମାନେ ରବିବାର ଦିନ ଅସ୍ତରଙ୍ଗ ବେଳାଭୂମିରେ ବନ୍ଧୁମିଳନ ଅବସରରେ ସଫେଇ କାଯ୍ୟ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ କରୋନା ଲକଡାଉନ ସମୟରେ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଗରିବ ବେରୋଜଗାର ଲୋକଙ୍କୁ ଖାଦ୍ୟ ସାମଗ୍ରୀ, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ଚଳିତ ଶୀତ ୠତୁରେ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।

ଟ୍ରଷ୍ଟ ଆନୁକୁଲ୍ୟରେ ପୁରାତନ ଛାତ୍ରଛାତ୍ରୀମାନେ ପ୍ରାୟ ଏକ କିଲୋମିଟର ବେଳାଭୂମି ସଫେଇକରି ପ୍ଲାଷ୍ଟିକ ମୁକ୍ତ ପରିବେଶ ନିମନ୍ତେ ସଚେତନତା ବାର୍ତ୍ତା ଦେଇଥିଲେ । ପୁରାତନ ଛାତ୍ର ତଥା କଳରେଇ ଟ୍ରଷ୍ଟର ଟ୍ରଷ୍ଟି ରଞ୍ଜିତ ସ୍ୱାଇଁ , ତ୍ରିଲୋଚନ ବିଶ୍ୱାଳ ,ସଞ୍ଜୟ ସାହୁ , ଚିତ୍ତରଞ୍ଜନ ସେନାପତି , ମୋଜାଫର ଅଲି , ଯଜ୍ଞସ୍ୱର ତ୍ରିପାଠୀ , ଜ୍ଞାନରଞ୍ଜନ ଦାସ , ମନୋଜ ରାଉତ , ରୋହିତ ପରିଡା , ପୁଷ୍ପାଞ୍ଜଳି ମିଶ୍ର , ମମତା ବିଶ୍ୱାଳ , ପ୍ରତିମା ସାହୁ , କୈକେଇ ସାହୁ , ଅଞ୍ଜୁମ ସାଇମୁନ , ନିରଞ୍ଜନ ଓଝା , ସୁଜାତା ସାହୁ , ଅନିଲ ମହାନ୍ତି ପ୍ରମୁଖ ପୁରାତନ ଛାତ୍ର ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ