Masthead

ଏସିଆନ ଗେମ୍ସ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସିଆନ୍ ଗେମ୍ସ-୨୦୨୩ରେ । ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ଚୀନର ହୋଙ୍ଗଝାଉରେ ଆୟୋଜିତ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନର ଭାରତ ଏହି କୀର୍ତି ସ୍ଥାପନ କରିଛି । ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ମିଳିଛି । ରୁଦ୍ରାଙ୍କସ, ଐଶ୍ୱର୍ଯ୍ୟା, ଦିବ୍ୟାଂଶ ଟିମ୍‌ ଇଭେଣ୍ଟରେ ଜିତିଲେ ସ୍ୱର୍ଣ୍ଣ । ପ୍ରଥମରୁ ଏହି ତିନିଜଣ ଭଲ ପ୍ରଦର୍ଶନ କରିଚାଲିଥିଲେ । ତେବେ ତୃତୀୟ ଓ ଚତୁର୍ଥ ସିରିଜରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହ ପଂଚମ ଓ ଷଷ୍ଠ ସିରିଜରେ ବାଜିମାତ କରିଥିଲେ ।

ଏସିଆନ୍ ଗେମ୍ସରେ ଭାରତ ଏ ପର୍ଯ୍ୟନ୍ତ ୭ପଦକ ଜିତିଲାଣି । ପ୍ରଥମ ଦିନରେ ଭାରତ ଖାତାକୁ ଆସିଥିଲା ୫ ପଦକ । ଦ୍ୱିତୀୟ ଦିନ ଅର୍ଥାତ ସୋମବାରରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତିସାରିଛି । ସେପଟେ ରୋଇଂରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ । ମେନ୍‌ ଫୋର ଫାଇନାଲ ଏ’ରେ ମିଳିଲା ବ୍ରୋଞ୍ଜ ପଦକ । ଯଶୱିନ୍ଦର, ଭୀମ, ପୁନୀତ, ଆଶିଷ ଜିତିଲେ ବ୍ରୋଞ୍ଜ ପଦକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ