Masthead

ସହାୟତା ଅପେକ୍ଷାରେ ରାମଚନ୍ଦ୍ର

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଜଗତସିଂପୁର ତିର୍ତ୍ତୋଲ ବ୍ଲକ ମୂଳିସିଂ କାଣ୍ଡିସାହି ଗ୍ରାମର ରାମଚନ୍ଦ୍ର ମହାରଣା । ୨ବର୍ଷ ହେଲାଣି କୀଡୀନି ରୋଗରେ ପୀଡିତ ଅଛନ୍ତି । ୬ପ୍ରାଣୀଙ୍କୁ ନେଇ ତାଙ୍କ ପରିବାର । ବଡପୁଅ ନବକିଶୋର ମହାରଣା ମୂଲ ଲାଗି ପରିବାର ପ୍ରତିପୋଷଣ କରିଥାଆନ୍ତି । ବାପାଙ୍କ ଚିକିତ୍ସାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ନବକିଶୋର ।

କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ମେଡିକାଲରେ ଚିକିତ୍ସତ ହୋଇଆସୁଥିଲେ । କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସିତ ନହୋଇ ଫେରି ଆସିଛନ୍ତି । ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି ରାମଚନ୍ଦ୍ରଙ୍କ ପରିବାର । ଆରୋଗ୍ୟ ହେବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଥିଲେ । ମାତ୍ର ପ୍ରଶାସନ ଏଥିପ୍ରତି କୋଣସି ପଦକ୍ଷେପ ନେଉନାହିଁ । ଏ ବିଷୟରେ ସରପଞ୍ଚ ଅର୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି । ମୃତ୍ୟୁ ସହ ସଂଗ୍ରାମ କରି ଦୁଇ ବର୍ଷ ହେବ ବିଛଣାରେ ପଡି ରହିଛନ୍ତି ରାମଚନ୍ଦ୍ର । ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ରାମଚନ୍ଦ୍ରଙ୍କ ପରିବାର । ଏଥି ସହିତ ରାମଚନ୍ଦ୍ରଙ୍କୁ ଘର ଯୋଗାଇ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ