Masthead

ବାଲ୍ୟ ବିବାହକୁ ନେଇ ବିବାଦୀୟ ବିଲ୍ ପ୍ରତ୍ୟାହାର କଲେ ଗେହଲଟ

ଜୟପୁର(ବଡ଼ ଖବର ବ୍ୟୁରୋ): ଶେଷରେ ଲୋକଙ୍କ ଆଗରେ ହାର ମାନିଲେ ରାଜସ୍ଥାନ ସରକାର । ରାଜସ୍ଥାନରେ ଏକ ବିବାଦୀୟ ଆଇନକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରାଯାଉଥିଲା । ଏହି ବିରାଟ ଆନ୍ଦୋଳନ ପେର ଏବେ ଏହି ଆଇନକୁ ପ୍ରତ୍ୟାହାର କରିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସୂଚନାନୁସାରେ ବାଲ୍ୟ ବିବାହକୁ ବୈଧ ବା ଆଇନଗତ କରିବାକୁ ପିତାମାତାଙ୍କୁ ପଞ୍ଜୀକୃତ କରିବାକୁ ଏକ ଆଇନ ଆଣି ହଟହଟା ହୋଇଛନ୍ତି ରାଜସ୍ଥାନ ସରକାର । ରାଜସ୍ଥାନ ବାଧ୍ୟତାମୂଳକ ରେଜିଷ୍ଟ୍ରେସନ ଅଫ ମ୍ୟାରେଜ ବିଲ ୨୦୨୧ ଗତ ମାସରେ ପାରିତ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହା ଲାଗୁ ହୋଇପାରିନି ବୋଲି ନାବାଳିକାଙ୍କ ସମେତ ସମସ୍ତ ବିବାହ ପଞ୍ଜିକୃତ ହେବା ଜରୁରୀ ବୋଲି ସେ କହିଥିଲେ ।

ନାବାଳିକାଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକମାନେ ବିବାହ ପଞ୍ଜିକରଣ କରିବା ଜରୁରୀ ବୋଲି ଏହି ବିଲରେ କୁହାଯାଇଛି । କିନ୍ତୁ ପରେ ଏହି ବିଲକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଅନେକ ଏହାକୁ ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଥିବା ମଧ୍ୟ କହିଥିଲେ । ବହୁ ସଂଗଠନ ତରଫରୁ ଏହି ବିଲକୁ ଚ୍ୟାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ଆନ୍ତର୍ଜାତୀୟ ଗାର୍ଲ ଚାଇଲ୍ଡ ଡେରେ ଏହି ବିଲକୁ ରାଜ୍ୟପାଳ ଫେରାଇ ଦେବେ ବୋଲି ମଧ୍ୟ କହିଛନ୍ତି । ତେବେ ଏହି ବିଲକୁ ନେଇ ଅଶୋକ ଗେହଲଟ କହିଛନ୍ତି ଯେ, ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ହଟାଇବାକୁ ସରକାର ଦୃଢ଼ ଇଚ୍ଛାଶକ୍ତିରେ କାମ କରୁଛନ୍ତି ।

ଆଜି ଏକ ଟ୍ୱିଟ କରି ଅଶୋକ ଗେହଲଟ କହିଚନ୍ତି ଯେ, ରାଜ୍ୟରେ ବାଲ୍ୟ ବିବାହ ହେବା ଉଚିତ ନୁହେଁ । ସରକାର ମଧ୍ୟ ଏ ବାବଦରେ କୌଣସି ଆପୋଷ ବୁଝାମଣା କରିବେ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିଲ୍ ଅଣାଯାଇଛି । ଯେଉର୍ଥିରେ ସମସ୍ତ ବିବାହ ପଞ୍ଜିକୃତ ହେବା ଉଚିତ ବୋଲି ସେ କହିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଲ୍ୟ ବିବାହକୁ ନେଇ ଭୁଲ ଧାରଣା ଥିବାରୁ ଆମେ ରାଜ୍ୟପାଳଙ୍କୁ ବିଲ ଫେରାଇବାକୁ ଅନୁରୋଧ କରିଛୁ । ଆଇନଜୀବୀଙ୍କ ଆଇନଗତ ପରାମର୍ଶ ପରେ ବିଲ୍ ଆଗକୁ ରହିବ କି ନାହିଁ ତାହାର ବିଚାର କରାଯିବ ।

ତେବେ ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୧୭ରେ ରାଜସ୍ଥାନ ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା ବିରୋଧୀ କଂଗ୍ରେସ ସରକାରଙ୍କ ପାଇଁ କଡ଼ା ପ୍ରଶ୍ନ ଉଠାଇ ଏହାକୁ ବାଲ୍ୟ ବିବାହରେ ଏକ ପ୍ରବେଶ ପଥ ହୋଇଥିବା ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି