Masthead

ଟିକା ନେଲେ ବାଇଡ଼େନ୍

ବଡ଼ ଖବର ବ୍ୟୁରୋ : କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ । ୭୮ ବର୍ଷୀୟ ବାଇଡ଼େନ ନେଇଛନ୍ତି ଫାଇଜର ଦ୍ୱାରା ପ୍ରସ୍ତୁତ କରୋନା ଟିକା । କେବଳ ବାଇଡ଼େନ ନୁହେଁ ତାଙ୍କ ସହ ତାଙ୍କ ପତ୍ନୀ ଜିଲ ମଧ୍ୟ ଟିକା ନେଇଛନ୍ତି । ଲୋକମାନଙ୍କ ମନରେ ଟିକା ପ୍ରତି ବିଶ୍ୱାସ ବଢାଇବା ପାଇଁ ସେ ଏହି ଟିକା ଗ୍ରହଣ କରିଛନ୍ତି ବୋଲି କହିଛନ୍ତି । ଆସନ୍ତା ଜାନୁଆରୀ ୨୦ ରେ ଜୋ ବାଇଡ଼େନ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।

ଦାୟିତ୍ୱ ଗ୍ରହଣ କରିବା ପରେ କରୋନା ବିରୋଧରେ ଲଢିବା ତାଙ୍କର ପ୍ରଥମ ଗୁରୁତ୍ୱ ହେବ ବୋଲି ବାଇଡ଼େନ କହିଛନ୍ତି । ବିଶ୍ୱରେ କରୋନାରେ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏଠାରେ ପ୍ରାୟ ୧ କୋଟି ୭୫ ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୩ ଲକ୍ଷ ୧୫ ହଜାରରୁ ଅଧିକ ଜୀବନ ନେଇସାରିଲାଣି ମହାମାରୀ କରୋନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର