ଟି-୨୦ ବିଶ୍ବକପ୍‌: ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ । ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ । ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଲା ଭାରତ । ଭାରତ ସ୍କୋର- ୧୭୧/୭, ଇଂଲଣ୍ଡ ୧୦୩ରେ ଅଲଆଉଟ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଲା ଭାରତ। ଚଳିତ ବିଶ୍ୱକପରେ ଭାରତର ଏହା ସର୍ବଶେଷ୍ଠ ପ୍ରଦର୍ଶନ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କରିଛି ଭାରତୀୟ ଟିମ୍। ୨୯ ରେ ବାରବାଡୋସରେ ଦକ୍ଷିଣ ଆଫ୍ରିକା ସହିତ ଟାଇଟଲ୍ ପାଇଁ ଲଢେଇ କରିବ। ଟିମ୍ ଇଣ୍ଡିଆ ୧୦ ବର୍ଷ ପରେ ଟି -୨୦ ବିଶ୍ୱକପ୍ ଫାଇନାଲକୁ ଉନ୍ନୀତ ହୋଇଛି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ରୋହିତ ଶର୍ମା ଏବଂ ସୂର୍ୟ୍ୟକୁମାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ଟସ ହରି ବ୍ୟାଟିଂ ପାଇଁ ଡାକରା ପାଇ ଭାରତ ୨୦ ଓଭରରେ ମୋଟ ୧୭୧ ରନ୍ କରିଥିଲା। ଭାରତ ୫.୨ ଓଭରରେ ୪୦ ରନ୍ କରି ସଂଘର୍ଷ କରୁଥିବା ବେଳେ ରୋହିତ ଏବଂ ସୂର୍ଯ୍ୟକୁମାର ୭୩ ରନ ଦୃଢ ଭାଗିଦାରୀ କରିଥିଲେ। ରୋହିତ ୩୯ ବଲ୍ରୁ ୫୭ ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ୩୬ ବଲରେ ୪୭ ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଅକ୍ଷର ପଟେଲ ୨୩ ରନ ବ୍ୟୟ କରି ୩ ୱିକେଟ୍ ନେଇ ଇଂଲଣ୍ଡର ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ କୁଲଦୀପ ଯାଦବ ମଧ୍ୟ ୪ ଓଭରରେ ୧୯ ରନ୍ ବ୍ୟୟ କରି ୩ ୱିକେଟ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପାଇଁ ହାରି ବୃକ ସର୍ବାଧିକ ୨୫ ରନ୍ ସ୍କୋର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ