Masthead

ଆଖି ଥାଇ ମଧ୍ୟ ଅନ୍ଧୁଣୀ

ଭୁବନ(ବଡ଼ ଖବର ବ୍ୟୁରୋ): ଦୁନିଆର ଭଲମନ୍ଦ ଦେଖିବା ପୂର୍ବରୁ ସବୁ ଅନ୍ଧାର । ଦିନକୁ ଦିନ ମୁହଁ ସହ ଭୃତଲାରେ ବଢୁଛି ମାଂସ ପିଣ୍ଡୁଳା । ଏହି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠଖୋକସା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଶ୍ରୀଧର ଦାସଙ୍କ ଝିଅ ବବିତା ଦାସ ୧୦ ବର୍ଷ ବୟସରୁ ମୁହଁ ଓ ଆଖି ଭୃତଲାରେ ଅସ୍ୱାଭାବିକ ଭାବେ ମାଂସ ବଢିବାରେ ଲାଗିଛି । ଝିଅକୁ କମ ବୟସରୁ ଆଖି ଥାଇ ମଧ୍ୟ ଅନ୍ଧୁଣୀ ହେବାକୁ ପଡିଛି । ବାପା ଶ୍ରୀଧର ଦିନ ମଜୁରୀ ଓ ଅନ୍ୟର ଜମିକୁ ଭାଗଚାଷ କରି ପରିବାର ପ୍ରତିପୋଷଣ କରନ୍ତି ।

ବହୁ ଅଭାବ ଅସୁବିଧାରେ ଥାଇ ୧୫ ବର୍ଷ ପୂର୍ବେ ପ୍ରଥମେ ଝିଅର ଚିକିତ୍ସା ପାଇଁ ଢେଙ୍କାନାଳ ଓ ପରେ କଟକ ମେଡିକାଲକୁ ନେଇଥିଲେ । ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ଝିଅର ଚିକିତ୍ସା ଗରିବ ପରିବାର ପାଇଁ ସମ୍ଭବ ନ ଥିଲା । ଝିଅର ବୟସ ବଢିବା ସହ ଯନ୍ତ୍ରଣା ମଧ୍ୟ ବଢୁଛି । ଶ୍ରୀଧର ଝିଅର ଚିକିତ୍ସା ପାଇଁ ରାଜନେତାଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହୋଇନି । ଏହି ପରିବାର ସୁକିନ୍ଦା ଖଣି ପ୍ରଭାବିତ ଅଂଚଳରେ ହୋଇଥିଲେ ମଧ୍ୟ ଟାଟା ଷ୍ଟିଲ ରୁରାଲ ଡେଭଲପମେଣ୍ଟ ସୋସାଇଟି କୌଣସି ପଦକ୍ଷେପ ନେଉ ନାହାନ୍ତି । ଜିଲ୍ଲା ସିଡିଏମଓଙ୍କ ସହ ଆଲେଚନା କରି ବବିତାର ଚିକିତ୍ସା କରାଇବେ ବୋଲି ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ