Masthead

ନକ୍ସଲଙ୍କ ବର୍ବର କାଣ୍ଡ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଆଜି ପୁଣି ନକ୍ସଲମାନେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ  ନିକଟରେ ଜଣଙ୍କର ମୁଣ୍ଡକାଟି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ ଜିଲ୍ଲା ଚିନ୍ତାଗୁରୁ ଗାଁର ଶତୀଶ ବାବୁ । ପୋଲିସ ଇନଫରମର ସନ୍ଦେହରେ ଶତୀଶଙ୍କୁ କୋରୁକୋଣ୍ଡାଦଳମ୍ ମାଓବାଦୀମାନେ ହତ୍ୟା କରିଛନ୍ତି । ଶତୀଶଙ୍କୁ ବୁଧବାର ୨୦ରୁ ଉର୍ଦ୍ଧ ମାଓବାଦୀ ଡ଼ାକିନେଇଥିଲେ । ଚିନ୍ତାଗୁରୁ ଗାଁ ମୁଣ୍ଡରେ ତାଙ୍କ ଦୁଇ ହାତକୁ ବାନ୍ଧି ମୁଣ୍ଡ କାଟିଦେଇଥିଲେ । ଘଟଣା ସ୍ଥଳରେ ମାଓବାଦୀମାନେ ଛାଡ଼ିଯାଇଛନ୍ତି ଏକ ଚିଠି । ଶତୀଶ ପୋଲିସ ଇନଫରମର ଓ ଗଞ୍ଜେଇ ବ୍ୟବସାୟୀ । ଆଦିବାସୀମାନଙ୍କୁ ସେ ହଇରାଣ କରୁଥିବାରୁ ହତ୍ୟା କଲୁ ବୋଲି ମାଓବାଦୀମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ