Masthead

ସୋନିଆଙ୍କୁ ଭେଟିଲେ ହେମନ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ । ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ୍‌ ଶନିବାର କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କୁ ଭେଟିଛନ୍ତି। ସ୍ତ୍ରୀ କଳ୍ପନା ସୋରେନ୍‌ଙ୍କ ସହ ହେମନ୍ତ ୧୦ ଜନପଥ ବାସଭବନରେ ସୋନିଆଙ୍କୁ ସାକ୍ଷାତ କରିଥିଲେ।

ଲୋକ ସଭା ନିର୍ବାଚନ ପରେ ତଥା ସେ ଜେଲ୍‌ରୁ ବାହାରିବା ପରେ ସୋନିଆଙ୍କୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ହେମନ୍ତ କହିଥିବାବେଳେ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ କୌଣସି ଆଲୋଚନା ହୋଇ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ସାକ୍ଷାତ ଆଲୋଚନା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଉପସ୍ଥିତ ଥିଲେ। ଆପ୍‌ ପକ୍ଷରୁ ଉକ୍ତ ମିଟିଂର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରାଯାଇଛି।

ଏକଚ୍ଛତ୍ରବାଦ ବିରୋଧରେ ଇଣ୍ଡିଆ ବ୍ଲକ୍‌ ଏକାଠି ହୋଇଥିବା କ୍ୟାପ୍‌ଶନରେ ଲେଖାଯାଇଛି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ଇଡି ହେମନ୍ତଙ୍କୁ ଗତ ଜାନୁଆରୀ ୩୧ରେ ଗିରଫ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୫ ମାସ ପରେ ସେ ଜାମିନରେ ବାହାରି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେପଟେ ହେମନ୍ତ ସୁନୀତାଙ୍କୁ ଭେଟିବା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଖୁବ୍‌ଶୀଘ୍ର ଜାମିନ ପାଇବେ ବୋଲି ଆଶାବ୍ୟକ୍ତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର