ସୋନିଆଙ୍କୁ ଭେଟିଲେ ହେମନ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ । ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ୍‌ ଶନିବାର କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କୁ ଭେଟିଛନ୍ତି। ସ୍ତ୍ରୀ କଳ୍ପନା ସୋରେନ୍‌ଙ୍କ ସହ ହେମନ୍ତ ୧୦ ଜନପଥ ବାସଭବନରେ ସୋନିଆଙ୍କୁ ସାକ୍ଷାତ କରିଥିଲେ।

ଲୋକ ସଭା ନିର୍ବାଚନ ପରେ ତଥା ସେ ଜେଲ୍‌ରୁ ବାହାରିବା ପରେ ସୋନିଆଙ୍କୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ହେମନ୍ତ କହିଥିବାବେଳେ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ କୌଣସି ଆଲୋଚନା ହୋଇ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ସାକ୍ଷାତ ଆଲୋଚନା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଉପସ୍ଥିତ ଥିଲେ। ଆପ୍‌ ପକ୍ଷରୁ ଉକ୍ତ ମିଟିଂର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରାଯାଇଛି।

ଏକଚ୍ଛତ୍ରବାଦ ବିରୋଧରେ ଇଣ୍ଡିଆ ବ୍ଲକ୍‌ ଏକାଠି ହୋଇଥିବା କ୍ୟାପ୍‌ଶନରେ ଲେଖାଯାଇଛି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ଇଡି ହେମନ୍ତଙ୍କୁ ଗତ ଜାନୁଆରୀ ୩୧ରେ ଗିରଫ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୫ ମାସ ପରେ ସେ ଜାମିନରେ ବାହାରି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେପଟେ ହେମନ୍ତ ସୁନୀତାଙ୍କୁ ଭେଟିବା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଖୁବ୍‌ଶୀଘ୍ର ଜାମିନ ପାଇବେ ବୋଲି ଆଶାବ୍ୟକ୍ତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’