Masthead

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ବିଶ୍ୱ ଦେଖିବ ରାଉରକେଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତୀୟ ହକି ଟିମକୁ ସୁନ୍ଦରଗଡ ଜିଲ୍ଲାର ଅବଦାନ ଅତୁଳନୀୟ । ଏହି ଜିଲ୍ଲାର ଉଦୀୟମାନ ହକି ତାରକା ଦିଲ୍ଲୀପ ତିର୍କିଙ୍କ ନେତୃତ୍ୱରେ ଭାରତୀୟ ହକି ଟିମ ଦେଶ ବିଦେଶରେ ଅର୍ଜନ କରିଛି ଖ୍ୟାତି । ଭାରତୀୟ ଦଳରେ ସୁନିତା ଲାକ୍ରାଙ୍କ ଭଳି ବହୁ ଖେଳାଳି ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଘର ସୁନ୍ଦରଗଡ ଜିଲ୍ଲାରେ । ଜିଲ୍ଲାର ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ବେଶ ଲୋକପ୍ରିୟତା ଅର୍ଜନ କରିଛି ହକି । ଜିଲ୍ଲାବାସୀଙ୍କ ହକି ପ୍ରତି ଦୁର୍ବଳତା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ ।

ଏହି ସ୍ମୃତିକୁ ଚିରଦିନ ସାଇତି ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ରାଉରକେଲାରେ ସ୍ଥାପନ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଏଥିରେ ଏକ ସମୟରେ ୨୦ ହଜାର ଦର୍ଶକ ବସିପାରିବେ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହେବ ଏହି ଷ୍ଟାଡିୟମ । ଏଥିରେ ରହିବ ଅତ୍ୟାଧୁନିକ ସୁବିଧାସୁଯୋଗ । ଅତିଥି, ଖେଳାଳି ଓ ଦର୍ଶକମାନେ ଏଠାରୁ ନୂଆ ଅନୁଭୂତି ନେଇ ଫେରିବେ । ବିଶ୍ୱ ହକି ଜଗତ ପାଇଁ ଏହା ସବୁଠାରୁ ବଡ ଉପହାର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ଖୁବଶୀଘ୍ର ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରତିନିଧି ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବେ । ଏମାନଙ୍କ ସହ ସାମିଲ ହେବେ ଆନ୍ତର୍ଜାତୀୟ ହକି ଫେଡରେସନର କର୍ମକର୍ତ୍ତା, କେନ୍ଦ୍ର କ୍ରିଡା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ ହକି ଇଣ୍ଡିଆର କର୍ମକର୍ତ୍ତା । ରାଉରକେଲାର ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି କ୍ୟାମ୍ପସରେ ନିର୍ମାଣ ହେବ ଏହି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ୧୫ ଏକର ଜାଗାରେ ଗଢି ଉଠିବ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ । ୨୦୨୩ ବିଶ୍ୱ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଏଠାରେ ଆୟୋଜିତ ହେବ । ବିଶ୍ୱ ଦେଖିବ ରାଉରକେଲା ହକି ଷ୍ଟାଡିୟମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର