ଟାଙ୍ଗୀ(ବଡ଼ ଖବର ବ୍ୟୁରୋ): ୪ ମାସ ନପୂରୁଣୁ ରାସ୍ତାରୁ ଉଠୁଛି ଛେଲା ଛେଲା ପିଚୁ । ମରଣଯନ୍ତା ପାଲଟିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଲକ ଟିକର ଜଗନ୍ନାଥପୁର ଆଡ଼ି ରାସ୍ତା । ଲୋକେ ଯିବାଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନକୁ ବାରମ୍ବାର ଜଣାଇଲେ ବି ସୁଧୁରୁନି ଅବସ୍ଥା । ୮ ମାସ ତଳେ ରାସ୍ତା ଆରମ୍ଭ ପାଇଁ ଶୁଭ ଦିଆଯାଇଥିଲା ।
ରାସ୍ତାରେ ପ୍ରତିଦିନ ଶହଶହ ଚୋରା ବାଲି ବୋଝେଇ ହାଇୱା ଯାତାୟାତ ପାଇଁ ଏହି ରାସ୍ତା ପାଲଟିଛି ମରଣଯନ୍ତା । ମାର୍ଚ୍ଚ ୬ରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ଏହି ରାସ୍ତାର ଶୁଭ ଦିଆଯାଇଥିଲା । କିନ୍ତୁ ୪ ମାସ ହେବ କାମ ସରିଥିଲେ ମଧ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ଏ ନେଇ ଗ୍ରାମବାସୀ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ ।