Masthead

ବାଥୁଡି ସାଂସ୍କୃତିକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ସହଯୋଗର ହାତ ବଢ଼ାଇବାରେ ଲାଗିଛନ୍ତି । ବାଥୁଡି ସାଂସ୍କୃତିକ ସମାଜ ଓଡିଶା ମଧ୍ୟ ଏ ଦିଗରେ ଆଗେଇ ଆସିଛି । ଓଡିଶାର ଉତ୍ତରାଞ୍ଚଳ ଜିଲ୍ଲା ମାନଙ୍କରେ ବହୁଳ ଭାବରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟକୁ ନେତୃତ୍ୱ କରୁଥିବା ବାଥୁଡି ସାଂସ୍କୃତିକ ସମାଜ ଓଡିଶା ପକ୍ଷରୁ ଏକ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରା ଯାଇଛି । ଭୁବନେଶ୍ୱର ସ୍ଥିତ ବାଥୁଡି ସାଂସ୍କୃତିକ ସମାଜ କେନ୍ଦ୍ରୀୟ କାର୍ୟାଳୟର ଉପଦେଷ୍ଟା ଶ୍ରୀ ଜଳେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଲୋକସେବା ଭବନକୁ ଯାଇ ଏହି ଅର୍ଥରାଶି ଓଡିଶା ସରକାରଙ୍କ ତରଫରୁ ନିୟୋଜିତ ଥିବା ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ନନ୍ଦ କିଶୋର ସେଠିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ । ପ୍ରତିନିଧି ମଣ୍ଡଳୀରେ ସଂଗଠନର ଉପସଭାପତି ଦୀନବନ୍ଧୁ ନାଏକ , ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ନାଏକ , ସଂଯୋଜକ ଖଗେଶ୍ବର ନାଏକ, ସଦସ୍ୟ ଜୀବନ କୁମାର ନାଏକ, କୁମାରୀ ଗାୟତ୍ରୀ ନାଏକ ଓ ତପନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବାଥୁଡି ସାଂସ୍କୃତିକ ସମାଜର ଶାଖା ତଥା କଟକ,କେନ୍ଦୁଝର, ପାରାଦୀପ,ବାରିପଦା,ସମ୍ବଲପୁର, ଅନୁଗୁଳ,କୋରାପୁଟ,ଯଶିପୁର,କରଞ୍ଜିଆ ଓ ରାଉରକେଲାର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ବାଥୁଡି ଯୁବ ବର୍ଗ ତଥା ଓଡିଶା ର ବିଭିନ୍ନ ଜାଗାରେ ଓ ଓଡିଶା ବାହାରେ ଚାକିରୀ କରୁଥିବା ବାଥୁଡି ବୁଦ୍ଧିଜୀବି ଗଣ ଏହି ଅର୍ଥ ରାଶି କୁ ଏକତ୍ରୀକରଣ କରି ବାଥୁଡି ସାଂସ୍କୃତିକ ସମାଜ, କେନ୍ଦ୍ରୀୟ କାର୍ୟାଳୟ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି