ବିପନ୍ନଙ୍କ ପାଖରେ ବଡ଼ ଖବର

ପୁଇଁନ୍ତଳା(ବଡ଼ ଖବର ବ୍ୟୁରୋ): ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା ବଡ଼ ଖବର । ଗତ ୨୭ ତାରିଖରେ ଭାଲେର ଗ୍ରାମର ଲବ ରାଉତଙ୍କ ଘରେ ନିଆଁ ଲାଗି ଦୁଇ ବଖରା ସହ ଏକ ବାଇକ୍ ପୋଡି ଛାରଖାର ହୋଇଥିଲା । ଲବ ଜଣେ ଗରିବ ବ୍ୟକ୍ତି । ସ୍ତ୍ରୀ, ଦୁଇ ପୁଅ ବୋହୂ, ନାତି ନାତୁଣୀଙ୍କୁ ନେଇ ତାଙ୍କ ସଂସାର । ଘର ପୋଡି ଯିବା ପରେ ସେ ଅସୁବିଧାରେ ଚଳୁଥିଲେ । କେହି ତାଙ୍କୁ ସହଯୋଗ କରିନଥିଲେ । ଏପରିକି ସରକାରଙ୍କ ପକ୍ଷରୁ ମଧ୍ୟ ସହଯୋଗ ମିଳିନଥିଲା । ତାଙ୍କ ଦୁôଖ ସହି ନପାରି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ବଡ଼ ଖବର ପ୍ରତିନିଧି ରାଧେଶ୍ୟାମ ହାତୀ ବଢାଇଥିଲେ ସହଯୋଗର ହାତ । ମାନବ ସେବାକୁ ମାଧବ ସେବା ମନେକରିି ଲବଙ୍କ ଘରେ ପହଁଚି ନିଜ ସାମର୍ଥ୍ୟ ଅନୁସାରେ ଚାଉଳ, ଡାଲି, ଚିନି, ଚୁଡା ସହ ବସ୍ତ୍ର ପ୍ରଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ