Masthead

ବର୍ଷା-ଅନୁଭବ ବିବାଦ ମାମଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଶେଷ ହେବାର ନାଁ ଧରୁନି । ଲାଗୁଛି ଯେମିତି ଏତେ ବର୍ଷ ଭିତରେ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗର ଲିଷ୍ଟ ତିଆରି କରୁଥିଲେ ବର୍ଷା । ବାହାଘରର ଏତେବର୍ଷ ମଧ୍ୟରେ କେବେବି ପରିବାର ବିରୁଦ୍ଧରେ ଅଭିଯୋଗ ଆଣିନଥିଲେ । ହେଲେ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ବର୍ଷା ନିର୍ଯାତିତ ହେଉଥିବାର ପ୍ରଥମେ ଅଭିଯୋଗ ଆଣିଲେ । ଏସଡିଜେଏମ କୋର୍ଟରେ ମାମଲା ଦାୟର କଲେ । ତେବେ ଏହି ସବୁକୁ ସ୍ୱାମୀ ଅନୁଭବ ମହାନ୍ତି ମିଥ୍ୟା ଅଭିଯୋଗ ବୋଲି କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଡି ଥାନାରେ ପରସ୍ୱର ବିରୁଦ୍ଧରେ ଅନେକ ବାର ଅଭିଯୋଗ କରିସାରିଲେଣି । ପ୍ରତି ସପ୍ତାହରେ କିଛି ନା କିଛି ଖବର ଏମାନଙ୍କର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ଶେଷ ସପ୍ତାହରେ ଏକ ଭିଡିଓ ଭାଇରାଲ ହେବାପରେ ପୁଣି ଚର୍ଚ୍ଚାକୁ ଆସିଥିଲେ ଏହି ଯୋଡି । ଆଜି ବର୍ଷା ପୁଣି ନିଜ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।

ବର୍ଷା ମହିଳା କମିଶନରେ ହାଜର ହୋଇଛନ୍ତି । ଏଥର ପୁରା ପରିବାର ବିରୁଦ୍ଧରେ ସେ ଅଭିଯୋଗ ଆଣିଛନ୍ତି । ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅନୁଭବ, ତାଙ୍କ ବାପା ଓ ମାଆଙ୍କୁ ହାଜିରା ହେବା ପାଇଁ ନୋଟିସ କରାଯାଇଥିଲା । ବର୍ଷା ଅନୁଭବଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ୟାତନାର ଅଭିଯୋଗ ଆଣିଥିଲେ । ୍େତବେ ଆଗକୁ ଆଉ କେଉଁ ଅଭିଯୋଗ ସାମ୍ନାକୁ ଆସିବ , ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା