Masthead

ଶ୍ୟାମସୁନ୍ଦର ପାଇଁ ଅପହଞ୍ଚ ସରକାରୀ ସହାୟତା

ଉୟୂରଭଞ୍ଜ/ବଡ଼ସାହି(ବଡ଼ ଖବର ବ୍ୟୁରୋ): ଖରା ବର୍ଷା ଓ ଶୀତରେ ମୁଣ୍ଡ ଗୁଞ୍ଜୁଥିବା ଛଣ-ଛପର ଘରଟି ଫାଇଲିନ ବାତ୍ୟାର ଉଡିଯିବା ପରେ ଏବେ ରହିବା ପାଇଁ ସ୍ଥାନ ନାହିଁ । ଫାଇଲିନ ବାତ୍ୟାର କରାଳ ରୂପରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ରହିବା ପାଇଁ ମଶାଣି ଭୂଇଁ ପାଲଟିଛି ଆଶ୍ରୟ ସ୍ଥାନ । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଶିଆଳିଘାଟି ପଞ୍ଚାୟତର ଭଞ୍ଜଭାଟି ଗ୍ରାମରେ । ଉକ୍ତ ଗ୍ରାମର ଶ୍ୟାମସୁନ୍ଦର ସିଂ  ପରିବାର କହିଲେ ଏକା । ବାପା-ମା କେହି ନାହାନ୍ତି । ଫାଇଲିନ୍ ବାତ୍ୟାରେ ସମ୍ମୁଖୀନ ହୋଇ ଉଜୁଟି ଯାଇଥିବା ଘର ଓ ଅନ୍ୟାନ୍ୟ ସହାୟତା ସରକାରଙ୍କ ତରଫରୁ ଅନେକଙ୍କୁ ମିଳିଥିବା ବେଳେ ଏହି ସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଶ୍ୟାମସୁନ୍ଦର ସିଂ ।

ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନଥିବାରୁ ସରକାରଙ୍କୁ ଗୁହାରି କରି କରି ଘରଟିଏ ନପାଇପାରିବାରୁ ଶେଷରେ ବାଧ୍ୟହୋଇ ଗାଁ ରେ ଥିବା ମଶାଣୀ ଗୃହ ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି । ସାଧାରଣତଃ ମଶାଣି ଭୂଇଁର ନାଁ ଶୁଣିଲେ ସମସ୍ତେଙ୍କ ମନରେ ଅଲଗା ଭାବନା ଆସିଥାଏ । କେହି କେହି ଭୟରେ ମଧ୍ୟ ଡରି ଯାଇଥାନ୍ତି । ସେପରି ସ୍ଥଳେ ଶ୍ୟାମସୁନ୍ଦରଙ୍କ ଜୀବନ ସେଠାରେ କଟିବା ଯେତିକି ଆଶ୍ଚର୍ୟ୍ୟ ସେତିକି ଦୁଃଖଦାୟକ ଘଟଣା । ଫାଇଲିନ୍ ବାତ୍ୟା ହେବାର ଦୀର୍ଘ ବର୍ଷ ବିତିଗଲାଣି ତଥାପି ଶ୍ୟାମସୁନ୍ଦର ପାଇଁ ଘରଟିଏ ମିଳିପାରିନାହିଁ  । ଘରଟିଏ ତିଆରି କରିବା ପାଇଁ ଅକ୍ଷମ ଥିବାରୁ ଶେଷରେ ଗାଁ ମଶାଣିରେ ମୁଣ୍ଡ ଗୁଞ୍ଜିଛନ୍ତି । ତେବେ ଘର ଖଣ୍ଡିଏ ପାଇବା ପାଇଁ ବିଭିନ୍ନ ସମୟରେ ବାରମ୍ବାର ସରକାରଙ୍କ ପାଖରେ ଗୁହାରୀ କରିଥିଲେ ବି ତାଙ୍କ କଥା କେହି ଶୁଣି ନାହାନ୍ତି ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ।

ସରକାରଙ୍କ ପ୍ରକୃତ ହିତାଧିକାରୀ ଭାବେ ସାମିଲ ହେବାର ଯୋଗ୍ୟ ଯଦିଓ ସେ ପାଇଁ କାହାରି ଉଦ୍ୟମ ନଥିବାରୁ ଶ୍ୟାମସୁନ୍ଦର ସିଂ ସେଥିରୁ ବଞ୍ଚିତ ହୋଇଛନ୍ତି । ଫଳରେ ଦୟନୀୟ ଭାବେ ଜୀବନ ଅତିବାହିତ କରିବାକୁ ପଡୁଛି । ଏପଟେ ଗ୍ରାମବାସୀ ତାର ଦୁଃଖ ଦୁର୍ଦ୍ଦଶା ଦେଖି ସରକାରଙ୍କ ଯୋଜନାରେ ତାକୁ ଘର ଖଣ୍ଡିଏ ଯୋଗେଇ ଦେବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ସ୍ଥାନୀୟ ବିଡିଓ ସହ ଯୋଗାଯୋଗ କରିବାରୁ ସେ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବି କେବେ ତାହା କାର୍ୟ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ଶ୍ୟାମସୁନ୍ଦରଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଉ ବୋଲି ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି