Masthead

ପ୍ରତ୍ୟକ୍ଷଦର୍ଶୀ ଅନ୍ଧ ହୋଇଗଲେ, ବଧିରମାନେ ଯୁକ୍ତି ଶୁଣିଲେ: ସଞ୍ଜୟ ରାଉତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଛନ୍ତି ବାଚସ୍ପତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କ ରାୟ ଏକନାଥ ସିନ୍ଦେ ଗୋଷ୍ଠୀ ସପକ୍ଷରେ ଯାଇଛି । ଦଳର ସମ୍ବିଧାନ ଅନୁସାରେ, ଏକନାଥ ସିନ୍ଦେ ଗୋଷ୍ଠୀ ଅସଲି ଶିବସେନା ବୋଲି କହିଛନ୍ତି ବାଚସ୍ପତି । ଶିବସେନା (ଉଦ୍ଧବ ବାଲାସାହେବ ଦଳ) ଏହି ନିଷ୍ପତ୍ତି ସହଜରେ ହଜମ କରିପାରୁନାହାନ୍ତି। ଏହି କାରଣରୁ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ସିନ୍ଦେଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଜେପିର ଗୋଲାମ । ସିନ୍ଦେଙ୍କ ପୁଅ ମଧ୍ୟ ଜଣେ ଏମ୍‌ପି । ସେ ଏଠାରେ ପରିବାରବାଦ ଦେଖୁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସଞ୍ଜୟ ରାଉତ ଗଣତନ୍ତ୍ର ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି, ମହାରାଷ୍ଟ୍ରରେ ଗଣତନ୍ତ୍ରର ସମାପ୍ତି ଯୋଗୁ ସମଗ୍ର ରାଜ୍ୟ ଦୁଃଖିତ। ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି – ଗଣତନ୍ତ୍ର (୧୯୫୦ – ୨୦୨୩)।

ଅନ୍ୟ ଏକ ଟୁଇଟ୍‌ରେ ରାଉତ ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, ପ୍ରତ୍ୟକ୍ଷଦର୍ଶୀ ଅନ୍ଧ ହୋଇଗଲେ, ବଧିରମାନେ ଯୁକ୍ତି ଶୁଣିଲେ, ମିଥ୍ୟାବାଦୀମାନେ ପ୍ରାଧାନ୍ୟ ବିସ୍ତାର କଲେ, ସତ୍ୟ ଅପମାନିତ ହେଲା … ଜୟ ମହାରାଷ୍ଟ୍ର!

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ