Masthead

ନିଆରା ଢଙ୍ଗରେ ନୂଆବର୍ଷ ପାଳନ

ମହାକାଳପଡ଼ା(ବଡ଼ ଖବର ବ୍ୟୁରୋ): ନୂଆ ଆଶା ନୂଆ ଉଦ୍ଦିପନା ନେଇ ୨୦୨୧, ନବବର୍ଷକୁ ସ୍ୱାଗତ କରିବା ପାଇଁ ସାରା ବିଶ୍ୱବାସୀ ଧୁମ ଧାମରେ ପାଳନ କରୁଛନ୍ତି । କିଏ ମନ୍ଦିର ଯାଉଛନ୍ତି କିଏ ପୁଣି ପିକିନିକ, ଭୋଜିଭାତ ମଉଜ ମଜଲିସ୍ କରି ସମୟ ବିତାଉଛନ୍ତି । କିନ୍ତୁ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି ପରିବେଶପ୍ରେମୀ ସମରେନ୍ଦ୍ର ମାହାଳୀ । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ, ମହାକାଳପଡା ବନାଞ୍ଚଳରେ ଥିବା ଲୁଣା ଜଙ୍ଗଲର ଗଛଗୁଡିକରେ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ କୃତିମ ବସା ନିର୍ମାଣ କରିଛନ୍ତି ।

ବନ୍ୟଜନ୍ତୁ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସରକାର ଯୋଜନା ତିଆରି କରୁଛନ୍ତି । ସରକାର ଠାରୁ ବେସରକାରୀ ସଂଗଠନମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାତ୍ର ଆନ୍ତରିକତାର ଅଭାବ ଯୋଗୁଁ ଏହା କାର୍ଯ୍ୟକାରିତା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସମୟରେ ନିଜସ୍ୱ ଉଦ୍ୟମରେ ପରିବେଶପ୍ରେମୀ ସମରେନ୍ଦ୍ର ମାହାଳୀ ପରିବେଶ ସମ୍ପର୍କରେ କାର୍ଯ୍ୟକରନ୍ତି । ପକ୍ଷୀମାନେ କିଭଳି ଅଣ୍ଡାଦାନ କରି ସୁରକ୍ଷିତ ଭାବେ ବଂଶ ବିସ୍ତାର କରି ନିରାପଦ ରହିବେ ସେଥିପ୍ରତି ଉଦ୍ୟମ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ