Masthead

୧୧ରୁ ଖୋଲିବ କଲେଜ ଓ ୟୁନିଭର୍ସିଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୧ରୁ ଖୋଲିବ ରାଜ୍ୟର କଲେଜ ଓ ୟୁନିଭର୍ସିଟି। କଲେଜ ଓ ୟୁନିଭର୍ସିଟି ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶେଷ ସେମିଷ୍ଟାର ପରୀକ୍ଷା ହୋବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ କଲେଜ । ଜାନୁଆରୀ ୧୧ରୁ ଜୁନ୍ ୧୦ ପର୍ଯ୍ୟନ୍ତ କ୍ଲାସ ହେବ । ସମସ୍ତ କଲେଜ କର୍ତ୍ତୃପକ୍ଷ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ । ଶେଷ ବର୍ଷ ପ୍ରଥମ ସେମିଷ୍ଟାର ପିଲାଙ୍କ ପାଇଁ ୧୧ ଜାନୁଆରୀରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ ହେବାକୁ ଥିବା ବେଳେ ୧୬ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପରୀକ୍ଷା ହେବ । ୩୦ ଏପ୍ରିଲ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଶେଷ ସେମିଷ୍ଟାର ପିଲାଙ୍କ ପାଇଁ ୨ ଏପ୍ରିଲରୁ ୧୦ଜୁନ ପର୍ଯ୍ୟନ୍ତ କ୍ଲାସ ହେବ । ୧୧ ଜୁନରୁ ପରୀକ୍ଷା ଆରମ୍ଭ ହୋଇ ୩୦ଜୁନରେ ଶେଷ ହେବ । ୧୫ ଜୁଲାଇ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । ଅନ୍ୟପଟେ ଶେଷ ବର୍ଷ ପରୀକ୍ଷାର୍ଥୀଙ୍କ ପାଇଁ ୧୧ ଜାନୁଆରୀରୁ ୧୦ ଜୁନ ପର୍ଯ୍ୟନ୍ତ ପାଠପଢା ହେବ । ୧୧ଜୁନରୁ ୩୦ଜୁନ ପର୍ଯନ୍ତ ପରୀକ୍ଷା ହୋଇ ୧୫ ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ ।

କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରାଯିବା ସହ କଣ୍ଟେନମେଣ୍ଟ ଅଞ୍ଚଳରେ କ୍ଲାସ ହେବ ନାହିଁ । ସାମଜିକ ଦୂରତା ବଜାୟ ରଖିବା ସହ ମାସ୍କ ଓ ସାନିଟାଜର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ୧୦ ଜାନୁଆରୀରୁ ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼