Masthead

ଦିବ୍ୟାଙ୍ଗ ଭଉଣୀଙ୍କ କରୁଣ କାହାଣୀ

ଉମରକୋଟ (ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗ ଭଉଣୀଙ୍କ କରୁଣ କାହାଣୀ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ । ଗ୍ରାମର ଜଗଦେବ ଗଣ୍ଡଙ୍କ ଦୁଇ ଝିଅ ସିଆନ୍ତି ଗଣ୍ଡ ଓ ସରିତା ଗଣ୍ଡ । ଉଭୟ ଜନ୍ମରୁ ଦିବ୍ୟାଙ୍ଗ । ବାଲ୍ୟକାଳରୁ ଦୁଇ ଝିଅ ଶାରିରୀକ ଓ ମାନସିକ ରୋଗାକ୍ରାନ୍ତ । ଅର୍ଥ ଅଭାବରୁ ଝିଅଙ୍କୁ ମେଡିକାଲ ନେଇପାରୁ ନାହାନ୍ତି ଜଗଦେବ । ଲୋକଙ୍କ ଘରେ କୁଲି କରି ପରିବାର ଚଳାନ୍ତି ବାପା ଜଗଦେବ । ସରକାରଙ୍କ ମାଳମାଳ ଯୋଜନା ଥାଇ ମଧ୍ୟ ଏଥିରୁ ବଂଚିତ ଅଛନ୍ତି ଏହି ପରିବାର । ସରକାରଙ୍କୁ ଗୁହାରୀ କଲେ ମଧ୍ୟ କିଛି ଫଳ ମିଳିନାହିଁ । ପ୍ରଶାସନ ଯଦି ସାହାର୍ଯ୍ୟର ହାତ ବଢାନ୍ତେ ତେବେ ଏହି ପରିବାରର ଦୁଃଖ ଦୂର ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ