ମାହାଙ୍ଗା(ବଡ଼ ଖବର ବ୍ୟୁରୋ): ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଆରୋପ ଦୋଷାରୋପ ଚାଲିଛି । ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏଥିରୁ ଶାସକ ଦଳର ହିଂସାତ୍ମକ ମନୋଭାବର ପ୍ରମାଣ ମିଳୁଛି ବୋଲି ସେ କହିଛନ୍ତି । ଟ୍ୱିଟ କରି ବୈଜୟନ୍ତ ପଣ୍ଡା କହିଛନ୍ତି ଯେ,
ବିଜେପି ନେତା ଶ୍ରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ @PandaJay ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଏହି ଦାବି କରିଛନ୍ତି।
ନିମ୍ନରେ ଦେଖନ୍ତୁ ତାଙ୍କର ଏହି ଭିଡିଓ 👇#Odisha https://t.co/5xzb5JomID
— Baijayant Panda Odia (@Panda_Odia) January 5, 2021