Masthead

ଏୟାର ଷ୍ଟ୍ରାଇକକୁ ମାନିଲା ପାକିସ୍ତାନ

ଇସଲାମବାଦ: ଶେଷରେ ଆତଙ୍କବାଦୀ ଦେଶ ପାକିସ୍ତାନ ମାନିଲା ସତ । ନିଜର ବିଫଳତାକୁ ନିଜ ମୁହଁରେ ସ୍ୱୀକାର କରିଛି ପାକିସ୍ତାନ । ଶେଷରେ ପାକିସ୍ତାନ ମାନିଲା ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ ମରିଥିଲେ ୩୦୦ ଆତଙ୍କୀ । ପାକିସ୍ତାନର ପୂର୍ବ କୂଟନୀତିଜ୍ଞ ଆଗା ହିଲାଲୀ ଏକ ଲାଇଭ ଡ଼ିବେଟ ସମୟରେ ଏହା ସ୍ୱୀକାର କରିଛନ୍ତି । ସେ ଲାଇଭ ଡ଼ିବେଟ ସମୟରେ ପାକିସ୍ତାନ ସେନାର ପକ୍ଷ ରଖୁଥିଲେ । ତାଙ୍କର ଏହି ସ୍ୱୀକାରୋକ୍ତି ପାକିସ୍ତାନ ପାଇଁ ଏକ ବଡ଼ ବିଫଳତା ବୋଲି ଚର୍ଚ୍ଚା ହେଉଛି ।

ପାକିସ୍ତାନର ଏକ ଉର୍ଦ୍ଦୁ ଚ୍ୟାନେଲରେ ଆଲୋଚନା ସମୟରେ ସେ କହିଥିଲେ, ଭାରତ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ଯୁଦ୍ଧ ହେବା ଭଳି କାମ କରିଥିଲା । ବାଲାକୋଟରେ ଏୟାର ଷ୍ଟ୍ରାଇକରେ ଅତିକମରେ ୩୦୦ ଲୋକ ମରିଛନ୍ତି । ଏହାସହିତ ସେ କହିଛନ୍ତି, ଆମର ଲକ୍ଷ କିନ୍ତୁ ଭିନ୍ନ ଥିଲା । ଆମେ ସେମାନଙ୍କ ବଡ଼ ଅଧିକାରୀଙ୍କୁ ଟାର୍ଗେଟ କରିିଥିଲୁ । ଫେବୃଆରୀ ୧୪, ୨୦୧୯ରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କୀ ହମଲା ହୋଇଥିଲା । ଏଥିରେ ୪୦ଜଣ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଫେବୃଆରୀ ୨୬ରେ ପାକିସ୍ତାନର କବଜାରେ ଥିବା କାଶ୍ମୀରର ବାଲାକୋଟରେ ଏୟାର ଷ୍ଟ୍ରାଇକ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି