ମକର ବେଶରେ ଶ୍ରୀଜୀଉ

ପୁରୀ(ବଡ଼ ଖବର ବ୍ୟୁରୋ): ହିନ୍ଦୁ ମାନଙ୍କର ପବିତ୍ର ପର୍ବ ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ପାଳିତ ହୋଇଛି ସ୍ୱତନ୍ତ୍ର ନୀତି । ଚତୁର୍ଦ୍ଧା ବିଗ୍ରହଙ୍କୁ ମକର ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରଜୀଉ ମାନଙ୍କୁ ଘଣ୍ଟ , ଛତା ,ଆଲଟ ,ଚାମର ମଧ୍ୟରେ ମକର ଭେଡା କରାଯାଇ ଲାଗି କରାଯାଇଥିଲା ମକର ଚାଉଳ । ଶ୍ରଜୀଉଙ୍କ ମକର ବେଶରେ ମକର ଚୂଳ ଲଗା ଯିବାର ପରମ୍ପରା ରହିଛି । ମକର ବେଢ଼ା ଓ ମକର ଚାଉଳ ଭୋଗ ପାଇଁ ବୃହତକାୟ ମକର ତାଡ ଅଣାଯାଇଥିଲା । କୁମ୍ଭକାର ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତ ମକର ତାଡକୁ ଅଲାମ ଚଣ୍ଡି ମନ୍ଦିରରୁ ଶ୍ରୀମନ୍ଦିରକୁ ଶୋଭା ଯାତ୍ରାରେ ଅଣାଯାଇଥିଲା । ମାଟି ତାଡରେ ଭୋଗ ଲାଗି ପରେ ଭକ୍ତଙ୍କ ମଧ୍ୟରେ ବାଣ୍ଟ ି ଦିଆଯାଇଥିଲା । ମହାପ୍ରଭୁଙ୍କ ଏହି ଦୁର୍ଲଭ ମକର ଚୋରାଶୀ ବେଶ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମନେ କରିଛି । ମକର ସଂକ୍ରାନ୍ତି ଶୈବ ଓ ବିଷ୍ଣୁ ଉପାସନାର ସମନ୍ୱୟ ବୋଲି କୁହାଯାଏ । ଆଜି ଠାରୁ ସୂୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହୁଏ । ଦିନ କ୍ରମେ କ୍ରମେ ବଡ ହେବା ସହ ରାତି ହେବ ଛୋଟ । ଆଜି ର ଦିନରେ ଶ୍ରୀଜୀଉଙ୍କ ଅପୂର୍ବ ବେଶ ଦର୍ଶନ କଲେ ପୁନ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଓଡ଼ିଶାର ପୁରପଲ୍ଲୀରେ ମକର ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ୧୨ରୁ ଆରମ୍ଭ ହୋଇଛି ଭାରତ ପ୍ରସିିଦ୍ଧ ଗଙ୍ଗା ସାଗର ମେଳା । ଏହା ୧୭ ତାରିଖରେ ଶେଷ ହେବ । ତେଣେ କରୋନା କଟକଣା ଯୋଗୁଁ ରାଜ୍ୟର ବହୁ ଶୈବ ପୀଠରେ ଜାରି ହୋଇଛି ୧୪୪ ଧାରା । ଯାଜପୁର ଜିଲ୍ଲା ବିଂଝାରପୁରର ପ୍ରସିଦ୍ଧ ଶୈବ ପୀଠ ବରୁଣେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ