Masthead

ଧୋନିଙ୍କ ଝିଅକୁ ନେଇ ବହୁତ ବଡ଼ କଥା କହିଲେ ଅମିତାଭ, ଦେଲେ ମହିଳା କ୍ରିକେଟ ଟିମ ତାଲିକା

ମୁମ୍ବାଇ(ବଡ଼ ଖବର): ଭବିଷ୍ୟତର ମହିଳା କ୍ରିକେଟ୍‌ ଟିମ୍‌ ଗଠନ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଏହି ଟିମରେ ୧୩ ଜଣ ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କ ନାମ ସାମିଲ ରହିଛି । କ୍ରିକେଟର ସୁରେଶ ରାଇନାଙ୍କ ଠାରୁ ଆରମ୍ଭ କରି ନଟରାଜନ, ରୋହିତ, ଗାମ୍ଭିର, ପୂଜାରା, ଜାଡେଜା, ଅଶ୍ୱିନ, ସାମି, ରିଦ୍ଧିମନ୍‌ ସାହା, ଉମେଶ ଯାଦବ, ଆଜିଙ୍କେ ରାହାନେ ଓ ଧୋନି,ଏମାନଙ୍କର କନ୍ୟା ଏହି ଟିମରେ ସାମିଲ ଅଛନ୍ତି । କେବଳ ସେତିକି ନୁହେଁ ବିରାଟ-ଅନୁଷ୍କାଙ୍କ ଝିଅ ମଧ୍ୟ ଏହି ଟିମରେ ସ୍ଥାନ ପାଇଛି। ଏହି କ୍ରିକେଟ ଟିମରେ ଧୋନିଙ୍କ ଝିଅ ଜିଭାଙ୍କୁ କ୍ୟାପଟେନ କରିଛନ୍ତି ବିଗ୍ ବି ।

ନିକଟରେ ନିଜ ଅଫିସିଆଲ ଟୁଇଟର ରେ ଟ୍ୱିଟ କରି ଟିମର ପୂରା ତାଲିକା ଦେଇଛନ୍ତି ଅମିତାଭ। ଏହି ତାଲିକାରେ ୧୩ ଜଣ ଖେଳାଳିଙ୍କ ଝିଅଙ୍କ ବିଷୟରେ ଉଲ୍ଲେଖ ହୋଇଛି। ଏହି ଫଟୋକୁ ସେୟାର କରି ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ଏହି ଦଳ ଅଧିନାୟକ ହେବେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅମିତାଭଙ୍କ ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଅନେକ ଫ୍ୟାନମାନେ ଏଥିରେ କମେଣ୍ଟ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?