ଧୋନିଙ୍କ ଝିଅକୁ ନେଇ ବହୁତ ବଡ଼ କଥା କହିଲେ ଅମିତାଭ, ଦେଲେ ମହିଳା କ୍ରିକେଟ ଟିମ ତାଲିକା

ମୁମ୍ବାଇ(ବଡ଼ ଖବର): ଭବିଷ୍ୟତର ମହିଳା କ୍ରିକେଟ୍‌ ଟିମ୍‌ ଗଠନ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଏହି ଟିମରେ ୧୩ ଜଣ ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କ ନାମ ସାମିଲ ରହିଛି । କ୍ରିକେଟର ସୁରେଶ ରାଇନାଙ୍କ ଠାରୁ ଆରମ୍ଭ କରି ନଟରାଜନ, ରୋହିତ, ଗାମ୍ଭିର, ପୂଜାରା, ଜାଡେଜା, ଅଶ୍ୱିନ, ସାମି, ରିଦ୍ଧିମନ୍‌ ସାହା, ଉମେଶ ଯାଦବ, ଆଜିଙ୍କେ ରାହାନେ ଓ ଧୋନି,ଏମାନଙ୍କର କନ୍ୟା ଏହି ଟିମରେ ସାମିଲ ଅଛନ୍ତି । କେବଳ ସେତିକି ନୁହେଁ ବିରାଟ-ଅନୁଷ୍କାଙ୍କ ଝିଅ ମଧ୍ୟ ଏହି ଟିମରେ ସ୍ଥାନ ପାଇଛି। ଏହି କ୍ରିକେଟ ଟିମରେ ଧୋନିଙ୍କ ଝିଅ ଜିଭାଙ୍କୁ କ୍ୟାପଟେନ କରିଛନ୍ତି ବିଗ୍ ବି ।

ନିକଟରେ ନିଜ ଅଫିସିଆଲ ଟୁଇଟର ରେ ଟ୍ୱିଟ କରି ଟିମର ପୂରା ତାଲିକା ଦେଇଛନ୍ତି ଅମିତାଭ। ଏହି ତାଲିକାରେ ୧୩ ଜଣ ଖେଳାଳିଙ୍କ ଝିଅଙ୍କ ବିଷୟରେ ଉଲ୍ଲେଖ ହୋଇଛି। ଏହି ଫଟୋକୁ ସେୟାର କରି ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ଏହି ଦଳ ଅଧିନାୟକ ହେବେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅମିତାଭଙ୍କ ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଅନେକ ଫ୍ୟାନମାନେ ଏଥିରେ କମେଣ୍ଟ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’