ପ୍ରଥମ ଟିକା କିଏ ନେଲେ

 ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୀର୍ଘ ୯ ମାସ ଧରି ଚାଇନା ଭୂତାଣୁ କରୋନା ଲୋକଙ୍କୁ ହନ୍ତସନ୍ତ କରୁଛି । ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଠପ୍ ହୋଇଯାଇଛି ଲୋକଙ୍କ ଆର୍ଥିକ ସ୍ଥିତି । ବିଭିନ୍ନ କ୍ଷେତ୍ର ପଅଭାବିତ ହେବାରୁ ଦୋର ଜିଡିପି ମଧ୍ୟ ନିମ୍ନଗାମୀ ହୋଇଥିଲା । ଏହି ବିଦେଶୀ ଭୂତାଣୁ ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେିଛି । ଏବେ ମଧ୍ୟ କରୋନା ଭୂତାଣୁ ଜନିତ ବିଭୀଷିକାର ଅନ୍ତ ଘଟିନାହିଁ ।ଆଜିସୁଦ୍ଧା ଦେଶରେ ସମୁଦାୟ ୧ଲକ୍ଷ ୫୨ ହଜାର ୦୯୩ ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ୧କୋଟି ୧ଲକ୍ଷ ୭୯ ହଜାର ୭୧୫ ଲୋକ ସୁସ୍ଥ ହୋଇଛନ୍ତି । ୨,୧୧,୦୩୩ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଓଡ଼ିଶାରେ ଆଜିସୁଦ୍ଧା ୩ଲକ୍ଷ ୨୯ ହଜାର ୮୮ ଲୋକ ସୁସ୍ଥ ହୋଇଥିବା ବେଳେ ୨୦୮୭ ଲୋକ ଆକ୍ରାନ୍ତ ହୋଇଛନ୍ତି । ୧ହଜାର ୮୯୯ ଲୋକଙ୍କୁ ହରାଇଛନ୍ତି ଆତ୍ମୀୟସ୍ୱଜନ ।

ମହାମାରୀ କରୋନା ଖାଲିଯେ ଭାରତରେ ବିଭୀଷିକାର ମଞ୍ଜି ବୁଣିଛି ତା’ ନୁହେଁ , ବିଶ୍ୱର ୨୧୩ ରାଷ୍ଟ୍ରରେ ମୃତ୍ୟୁର ବିଭୀଷିକା ଖେଳାଇ ଦେଇଛି । କରୋନା ଦୋହଲାଇଦେଇଛି ବିଶ୍ୱ ଅର୍ଥନୀତି । ଛଡାଇ ନେଇଛି ସ୍ୱାମୀଠାରୁ ସ୍ତ୍ରୀକୁ । ବାପ ଠାରୁ ପୁଅକୁ । ବନ୍ଧୁଠାରୁ ବାନ୍ଧବୀଙ୍କୁ । ବିଶ୍ୱର ପ୍ରତିଟି କୋଣରେ ଶୋକର କଳାବାଦଳ ଢ଼ାଙ୍କି ଦେଇଛି କରୋନା ।ଏହି ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ଭାରତ ସମେତ ସମଗ୍ର ବିଶ୍ୱ ଲକଡାଉନ ଓ ସଟଡାଉନ ପଦ୍ଧତି ଆପଣାଇଥିଲା । ସାମାଜିକ ଦୂରତା, ମାକ୍ସ, ସାନିଟାଇଜ ପ୍ରଭୃତି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । କହିବା ବାହୁଲ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାଠାରୁ କରୋନା ଆଉ ପାଦେ ଆଗରେ ଅଛି ।

କାରୋନା ଯୁଦ୍ଧରେ ମାନବସମାଜ ବିଜୟୀ ହେବା ପାଇଁ ବିଶ୍ୱ ସୁମୁଦାୟ ଦିନ ରାତି ଏକ କରିଦେଇଛନ୍ତି ।୨୦୨୧ର ନୂତନ ସୂର୍ଯ୍ୟ ସୁନେଲି କିରଣ ବିଶ୍ୱ ବାସୀଙ୍କ ମନରେ ଆଶାର ଆଲୋକ ସଞ୍ଚାର କରିଛି । ଫେବୃଆରୀ ୧୬ରେ ସମଗ୍ର ଭାରତରେ ଟିକାକରଣ ଅଭିଯାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ସମଗ୍ର ଦେଶରେ ନୂଆଦିଲ୍ଲୀ ଏମ୍ସର ଦିଲ୍ଲୀର ସଫେଇ କର୍ମଚାରୀ ମନିଷ ଟିକା ନେଇଥିଲେ । ସେହିପରି ଓଡ଼ିଶାର କ୍ୟାପିଟାଲ ହସ୍ପିଟାଲର ବିରଞ୍ଚି ନାୟକ ପ୍ରଥମ ଟିକା ନେଇ ଇତିହାସ ରଚିଛନ୍ତି । ଆଉ ଦ୍ୱିତୀୟରେ ଟିକା ନେଇଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ ରତ୍ନମଞ୍ଚରୀ ନାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା